ମେଗା ଆଇଟି ରେଡ୍: ଖାଲି ବିଡ଼ା ବିଡ଼ା ଟଙ୍କା, ବସ୍ତା ବସ୍ତା ଟଙ୍କା ଗଣୁଛି ମେସିନ
ମେଗା ଆଇଟି ରେଡ୍ ବେଳେ ସମସ୍ତେ ତାଜୁବ । ରେଡ୍ ପାଇଁ ଯାଇଥିବା ଅଫିସର ବି ତାଜୁବ। ଆଲମିରା ଭିତରେ ଥାକ ମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା । ଆଇଟି ରେଡ୍ ବେଳେ ଜବତ ପୁଳା ପୁଳା ଟଙ୍କା ୨ଶହ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ପ୍ରାୟ ୨୦୦ କୋଟି ନଗଦ ଟଙ୍କା ଜବତ । ରାଜ୍ୟରେ ଚାଲିଛି ବଡ ଧରଣର ଆଇଟି ରେଡ୍ । ଦୁଇ ଦିନ ହେଲାଣି ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ ।
ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ଆଇଟି ରେଡ୍ ହୋଇଥିଲା । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନିର ବଲାଙ୍ଗିର ଅଫିସରେ ରେଡ୍ ବେଳେ ପ୍ରାୟ ୨ଶହ କୋଟିରୁ ଅଧିକ ନଗଦ ଟଙ୍କା ଧରାପଡ଼ିଛି ।

ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ ନେବାକୁ ଟ୍ରକ୍ ଆଣିବାକୁ ପଡିଛି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି ।
ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି ।
ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ ବେଳେ ପଶ୍ଚିମ ଓଡ଼ିଶାର ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୟକାରୀ କମ୍ପାନୀ ବଳଦେବ ସାହୁ ଗ୍ରୁପ ଅଫ୍ କମ୍ପାନୀର ଲିଙ୍କ୍ ମିଳିଥିଲା । ଏହି ଲିଙ୍କରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଉପରେ ରେଡ୍ କରିଥିଲା ଆୟକର ବିଭାଗ ।
ଏହି ରେଡ୍ରେ ଆୟକର ବିଭାଗର ୪୦ ଜଣିଆ ଟିମ୍, ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ସାମିଲ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଆୟକର ବିଭାଗ ଏହି ରେଡ୍ ନେଇ ସଠିକ ବିବରଣୀ ଓ ସୂଚନା ପ୍ରଦାନ କରିବ ବୋଲି ଜଣାପଡିଛି ।












Click it and Unblock the Notifications