ସୂର୍ଗତ ନବ ଦାସଙ୍କ ଭାଇଙ୍କ ଘରେ IT ରେଡ୍
ସମ୍ବଲପୁର: ସୂର୍ଗତ ନବ ଦାସଙ୍କ ଭାଇଙ୍କ ସୁପରକ୍ଲାସ୍ କଣ୍ଟ୍ରାକ୍ଟର ବ୍ରଜକିଶୋର ଦାସଙ୍କ ଘରେ IT ରେଡ୍ । ଭୁବନେଶ୍ୱର ଏବଂ ଛତିଶଗଡ଼ ଆୟକର ଟିମର ମିଳିତ ଭାବେ ରେଡ୍ କରାଯାଉଥିବା ନେଇ ସୂଚନା । ତେବେ କେଉଁ କାରଣରୁ ଚଢାଉ କରାଯାଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ରାଜ୍ୟରେ ୪୪ଟି ସ୍ଥାନରେ ଆୟକର ବିଭାଗର ଏକକାଳୀନ ଚଢାଉ କରାଯାଇଛି । ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼ ସମେତ ୪୪ଟି ସ୍ଥାନରେ ୫୦ ଜଣିଆ ଆଇଟି ଟିମର ଏକକାଳୀନ ଚାଲିଛି ରେଡ୍ । ତେବେ ଏହା ପୂର୍ବରୁ ମଧ୍ୟ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍ କରାଯାଇଥି ା । ବର୍ତ୍ତମାନ ତାଙ୍କ ଘରେ ଏବଂ ଅଫିସରେ ରେଡ୍ କରାଯାଉଛି । ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ପ୍ରାୟ ସକାଳ ୫ଟାରୁ ରେଡ୍ ଆରମ୍ଭ ହୋଇଛି ହେଲେ ବ୍ରଜକିଶୋର ଦାସ ଘରେ ନଥିବା ନେଇ ମଧ୍ୟ ସୂଚନା ରହିଛି । ତେବେ ଏନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।












Click it and Unblock the Notifications