ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳଙ୍କ PAଙ୍କ ଘରେ ଆଇଟି ରେଡ୍
ଝାରସୁଗୁଡ଼ା: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳଙ୍କ PAଙ୍କ ଘରେ ଶନିବାର ଦିନ ଆଇଟି ରେଡ୍ । ବିଶାଳଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ ଦାସଙ୍କ କୋଲାବିରା ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ୨ ଜଣିଆ ଆୟକର ଟିମ ପକ୍ଷରୁ ତଦନ୍ତ ଜାରି ରହିଛି । ଗତକାଲି ରାତିରେ ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡାର ଏକ ଘରୋଇ ହୋଟେଲକୁ ଡାକି ଦୀର୍ଘ ୪ ଘଣ୍ଟା କାଳ ପଚରାଉଚରା କରିଥିଲା ।

ସୂଚନଥାଉ ଯେ, ଶୁକ୍ରବାର ଏକ ଘରୋଇ ହୋଟେଲରେ ବିଶାଳଙ୍କୁ ଦୀର୍ଘ ୪ ଘଣ୍ଟା ପଚରାଉଚରା ପରେ ଆୟକର ବିଭାଗ ବିଶାଳଙ୍କୁ ଛାଡ଼ି ଦେଇଥିବା ନେଇ ସୂଚନା ରହିଛି । ତେବେ ଏହି ମାମଲା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶାଳ କିମ୍ବା ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ତେବେ ଆଗକୁ ନିର୍ବାଚନ ରହିଛି ଭଉଣୀ ଦୀପାଳିଙ୍କୁ ଝାରସୁଗୁ଼ଡ଼ାରୁ ପ୍ରାର୍ଥୀ କରିଛି ବିଜେଡି ତେବେ ଏପରି ସ୍ଥିତିରେ ବିଶାଳଙ୍କୁ ଆୟକର ବିଭାଗ ଜେରା କରିବା ଘଟଣା ସରଗରମ କରିଛି ରାଜନୀତି ।












Click it and Unblock the Notifications