IT Raid in Odisha: ସରିଲା ଟଙ୍କା ଗଣତି, ବିପୁଳ ଟଙ୍କାର ରହସ୍ୟ ଖୋଲିବାକୁ ଏଣ୍ଟ୍ରି ମାରିବ କି ଇଡି ?
ସରିଲା ଟଙ୍କା ଗଣତି । ମଦ ବ୍ୟବସାୟୀଙ୍କଠାରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣା ନୂଆ ମୋଡ ନେଇପାରେ । ତେବେ ମାମଲାରେ ଏଣ୍ଟ୍ରି ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନେଇପାରେ । ବିପୁଳ ଟଙ୍କାର ରହସ୍ୟ ଖୋଲିବାକୁ ଏଣ୍ଟ୍ରି ମାରିପାରେ ଇଡି ।
ଆଇଟି ବରିଷ୍ଠ ଅଧିକାରୀଙ୍କୁ ଇଡି ଯୁଗ୍ମ ନିର୍ଦ୍ଦେଶକ ଭେଟିବା ପରେ ଏ ନେଇ ସମ୍ଭାବନା ଜାରି ରହିଛି । ଏତେ ଟଙ୍କା କେଉଁଠୁ ଏବଂ କିଭଳି ଆସିଲା ସେ ନେଇ ଇଡି ଘାଣ୍ଟିପାରେ । ଆଇଟି ରେଡ୍ରେ ଟଙ୍କା ଜବତ ଉପରେ ଏବେ ଇଡି ନଜର । କେବଳ ମଦ ବିକ୍ରି ଟଙ୍କା, ନା ଆଉ କେଉଁ ଟଙ୍କା ସେ ନେଇ ଖୋଳତାଡ଼ ହୋଇପାରେ ।

ତେବେ ସିବିଆଇ ନା ଇଡି କିଏ ବି ଖୋଳତାଡ କରିପାରେ । ସୂଚନା ଅନୁସାରେ, ମୋଟ ଟଙ୍କାରୁ କେବଳ ଓଡ଼ିଶାରୁ ପାଖାପାଖି ୪୫୦ କୋଟି ଟଙ୍କା ଜବତ ହୋଇଛି । ସେଥିରୁ କେବଳ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ, ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରାଯାଇଛି ।
ନୋଟ୍ ଗଣିବାରେ ଦୁଇଟି ମେସିନ ଖରାପ ହୋଇଥିଲା ଯାହା ଟେକନିସିଆନ ମାନେ ସଜାଡିଥିଲେ । ତେବେ ଏତେ ଟଙ୍କା ଏକା ଥରକେ ଦେଖି ଟଙ୍କା ଗଣିବାରେ ନିୟୋଜିତ ଥିବା ବ୍ୟାଙ୍କ କର୍ମଚାରୀ ଆବାକ ହୋଇଯାଇଛନ୍ତି ।
ଟଙ୍କା ଗଣତି ପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ ଆଗକୁ କଣ ହେବ ? ତଦନ୍ତ କେଉଁ ଦିିଗରେ ଯିବ ? ତଦନ୍ତ ହେଲେ, ଆଉ କଣ ବାହାରିବ ? ଏସବୁ ଜାଣିବା ପରେ ଲୋକଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ତେବେ ଏହାର ପରବର୍ତ୍ତୀ ଷ୍ଟପ କଣ ହେବ ସେ ନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।












Click it and Unblock the Notifications