Get Updates
Get notified of breaking news, exclusive insights, and must-see stories!

IT Raid in Odisha: ୪ ଦିନ ଧରି ଜାରି ରହିଛି IT ରେଡ୍, ଜବତ ହେଲାଣି ୨ ଶହ କୋଟିରୁ ଅଧିକ ଟଙ୍କା

Income Tax Raids in Balangir, Odisha: ୪ ଦିନ ହେଲାଣି ରାଜ୍ୟରେ ଚାଲିଛି ବଡ ଧରଣର ଆଇଟି ରେଡ୍ । ସମ୍ବଲପୁର, ରାଉରକେଲା, ବଲାଙ୍ଗିର, ସୁନ୍ଦରଗଡ଼, ପଶ୍ଚିମ ଓଡ଼ିଶାରେ ପ୍ରାୟ ଗୋଟିଏ କି ଦୁଇଟି ସ୍ଥାନରେ ଚଢାଉ କରାଯାଇଛି । ଆଇଟି ରେଡ୍‌ ବେଳେ ଜବତ ପୁଳା ପୁଳା ଟଙ୍କା ୨ଶହ କୋଟିରୁ ଅଧିକ ଟଙ୍କା ହେବ । ଜବତ ହୋଇଥିବା ଏହି ଟଙ୍କାକୁ ଗଣିବାରେ ଲାଗିଛନ୍ତି ଇନକମ୍ ଟ୍ୟାକ୍ସ ବିଭାଗର ଅନେକ ଅଧିକାରୀ ।

ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଣ ପରିମାଣରେ ଟଙ୍କା ଜବତ କରିଛି । ଜବତ ହୋଇଥିବା ୧୯ଟି ଟଙ୍କା ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତ୍ତି କରାଯାଇ SBI ଶାଖାକୁ ନିଆଯାଇଛି । ପ୍ରାୟ ୭ ରୁ ୮ ଜଣ କେବଳ ଟଙ୍କା ପେଟି ବୋହିବାରେ ଲାଗିଛନ୍ତି ଏବଂ ମେସିନ୍ ଓ କର୍ମଚାରୀ ଟଙ୍କା ଗଣିବାରେ ଲାଗିଛନ୍ତି ।

IT Raid in Odisha

ସେହିପରି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ ୧୦ ଦିନ ପୂର୍ବରୁ ବଡ଼ ବଡ଼ ବ୍ୟାଗରେ ଟଙ୍କା ଭର୍ତ୍ତି ହୋଇ ସୁଦପଡାର ଭାଟି ମ୍ୟାନେଜରଙ୍କ ଘରକୁ ଆସିଥିଲା । ବର୍ତ୍ତମାନ ଏହି ଘଟଣାରେ ଝଡ଼ଖଣ୍ତ କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ଲିଙ୍କ୍ ଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ ବେଳେ ପଶ୍ଚିମ ଓଡ଼ିଶାର ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୟକାରୀ କମ୍ପାନୀ ବଳଦେବ ସାହୁ ଗ୍ରୁପ ଅଫ୍‌ କମ୍ପାନୀର ଲିଙ୍କ୍ ମିଳିଥିଲା । ଏହି ଲିଙ୍କରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଉପରେ ରେଡ୍ କରିଥିଲା ଆୟକର ବିଭାଗ । ଏହି ରେଡ୍‌ରେ ଆୟକର ବିଭାଗର ୪୦ ଜଣିଆ ଟିମ୍, ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ସାମିଲ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଆୟକର ବିଭାଗ ଏହି ରେଡ୍ ନେଇ ସଠିକ ବିବରଣୀ ଓ ସୂଚନା ପ୍ରଦାନ କରିବ ବୋଲି ଜଣାପଡିଛି ।

ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ଆଇଟି ରେଡ୍ ହୋଇଥିଲା । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନିର ବଲାଙ୍ଗିର ଅଫିସରେ ରେଡ୍ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+