ଗରିବଙ୍କ ପଇସାକୁ ଲୁଟୁଥିବା ଲୋକମାନେ ଜେଲ୍ ଯିବେ - ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ଜବତ ହୋଇଥିବା ଅର୍ଥ କାରବାରରେ ସଂଶ୍ଲିଷ୍ଟ ଅଛନ୍ତି, ସେମାନେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ମୋଦି ସରକାର କାହାକୁ ବି ଛାଡିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଉତ୍ତରଦାୟୀ ଥିବା ଲୋକମାନେ ଏହି ଘଟଣାରେ ଉତ୍ତର ଦେବାକୁ ବାଧ୍ୟ ବୋଲି ସେ କହିଛନ୍ତି ।

ଯେଉଁମାନେ ଗରିବଙ୍କ ଟଙ୍କାକୁ ଲୁଟୁଛନ୍ତି, ସେମାନଙ୍କୁ ଜେଲ ପଠାଯିବ । ମୋଦି କାହାକୁ ଛାଡିବେ ନାହିଁ ବୋଲି ରାଜ୍ୟରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra pradhan

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ମୋଦିଙ୍କ ଶାସନ ବ୍ୟବସ୍ଥାକୁ ଲୋକମାନେ ପସନ୍ଦ କରୁଛନ୍ତି । ଓଡ଼ିଶା ସମେତ ଦେଶର ଜନସାଧାରଣ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି । ଯେଉଁମାନେ ଜବତ ହୋଇଥିବା ଅର୍ଥ କାରବାରରେ ସଂଶ୍ଲିଷ୍ଟ ଅଛନ୍ତି, ସେମାନେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ମୋଦି ସରକାର କାହାକୁ ବି ଛାଡିବେନାହିଁ । ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ ।

ଏହି ଘଟଣାରେ ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ, ସେମାନେ ଚୁପ୍ ରହି ଉତ୍ତର ଦେବାକୁ ବାଧ୍ୟ ହେବେ । ଏହା ଲୋକଙ୍କ ଅପେକ୍ଷା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆଜିକୁ 5 ଦିନ ଧରି ଚାଲିଥିବା ଆୟକର ବିଭାଗର ଚଢାଉ ଉପରେ ସାରା ଦେଶର ରହିଛି ନଜର । ଏତେ ପରିମାଣର ଟଙ୍କା ଜବତ ହେବା ଦେଖି ସମସ୍ତେ ତାଜୁବ । ଏପରିକି ଆଲମାରୀ ଭର୍ତ୍ତି ଓ ପେଟି ପେଟି ଟଙ୍କା ବିଡ଼ା ମିଳଇବା ପରେ ଏହାକୁ ଗଣିବା ଲାଗି ବେଦମ ହେଲେଣି ଅଧିକାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+