IT Raid in Odisha: ରାଜ୍ୟରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଓଡ଼ିଶାର ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ କିଛି ଦିନ ହେବ ଗଣମାଧ୍ୟମରେ ଶହ ଶହ କୋଟି ଟଙ୍କା ଜବତ ହେବା ଖବର ମୋତେ ବିସ୍ମିତ କରିଛି । କେନ୍ଦ୍ରୀୟ ସଂସ୍ଥାର ଚଢାଉ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରୁ ଏକାସାଙ୍ଗରେ ଏତେ ପରିମାଣରେ ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟର କିଛି ବ୍ୟକ୍ତିଙ୍କ ଏହି ଟଙ୍କା ସହ ସମ୍ପର୍କ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।
ଓଡ଼ିଶାରେ ଏପରି ଘଟଣା କେବେ ଦେଖାଯାଇନଥିଲା । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି ? ଘଟଣାର ସତ୍ୟାସତ୍ୟ କଣ ? ଏହି ଟଙ୍କା କାହାର ? ଟଙ୍କା କେମିତି ଉପାର୍ଜନ ହେଲା ? ଓଡ଼ିଶାର ଅବକାରୀ ନୀତି ସହ ସମ୍ପର୍କ ଅଛି ନା ନାହିଁ ? ଏ ସବୁ ତଦନ୍ତ ସାପେକ୍ଷ । ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଯେଉଁ ରାଜନୈତିକ ଦଳର ବୋଲି ଖବର ଆସୁଛି, ସେହି ଦଳ ଦେଶରେ ସଚ୍ଚୋଟତାର କୁମ୍ଭୀର କାନ୍ଦଣା କାନ୍ଦେ । ଗଣମାଧ୍ୟମ ପଚାରୁଥିବା ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନାହିଁ ।

ଏବେ ଓଡ଼ିଶା ସମେତ ଦେଶର ଜନସାଧାରଣ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି । ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଅସୁଲ କରାଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି।
-
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
୪୪ଟି ସରକାରୀ ସ୍କୁଲ ପାଇଁ ଏକ ବଡ଼ ଘୋଷଣା କଲେ ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ -
ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ରାତିରେ ମହାପ୍ରଭୁଙ୍କ ସୁନାବେଶ -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି












Click it and Unblock the Notifications