ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆଇଟି ରେଡ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆଇଟି ରେଡ୍ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଚଢାଇ ହୋଇଥିବା ନେଇ ସୂଚନା ରହିଛି । ଇନକମ୍ ଟ୍ୟାକ୍ସର ୨୦ ଜଣିଆ ଟିମ୍ କରୁଛି ଜାଞ୍ଚ । କେନ୍ଦୁଝର, ଚମ୍ପୁଆ ଏବଂ ଭୁବନେଶ୍ୱରରେ ଏକକାଳୀନ ଚଢାଉ ହେଉଥିବା ନେଇ ରହିଛି ସୂଚନା ।

ସନାତନ ମହାକୁଡଙ୍କ କେନ୍ଦୁଝର ସ୍ଥିତ ବାସଭବନକୁ ବିଏସଏଫ୍ ଯବାନ ଘେରି ରହିଛନ୍ତି । ରିପୋର୍ଟ ଅନୁସାରେ ମୋଟ ୧୦ ଟି ସ୍ଥାନରେ ଏକକାଳୀନ ହେଉଛି ରେଡ୍ । ଭୁବନେଶ୍ୱରରେ ୩ ରୁ ୪ ଟି ସ୍ଥାନରେ ହେଉଛି ରେଡ୍ । ଭୁବନେଶ୍ୱର ସହିଦ ନଗର ସ୍ଥିତ ତାଙ୍କ ଘର ସହ ପଡୋସୀଙ୍କ ଘରେ ମଧ୍ୟ ଚାଲିଛି ଜାଞ୍ଚ ।

ଆଜି ଭୋର୍ ୫ଟାରୁ ୬ଟି କାରରେ ଆୟକର ବିଭାଗର ଏକ ଟିମ୍ ଆସି ଭୁବନେଶ୍ୱରରେ ତାଙ୍କ ଘରେ ଚଢାଉ କରିଥିଲା । ତେବେ ଏନେଇ ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଅଧିକ ସୂଚନା ମିଳିପାରି ନାହିଁ । ତେବେ ସନାତନ ମହାକୁଡ଼ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଚମ୍ପୁଆ ବିଧାୟକ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+