Get Updates
Get notified of breaking news, exclusive insights, and must-see stories!

କରୋନା କାଳରେ କନେକ୍ଟିଭିଟି ସାଜିଛି ବାଧକ, ସମସ୍ୟା ନେଇ ଉତ୍ତର ରଖିଲେ ଆଇଟି ମନ୍ତ୍ରୀ

ନେଟୱାର୍କ ଓ କନେକ୍ଟିଭିଟି ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତୀ ବେହେରା । BSNL ବ୍ୟତୀତ Airtel, Idea, Jio ସହ ଆମେ ଆଲୋଚନା କରିଛୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବର: କରୋନା କାଳରେ ଏବେ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଛି । ଅଫିସଠୁ ସ୍କୁଲ, ଘର କାମଠୁ ବିଜନେସ୍, ସମସ୍ତ କାମ ଅନଲାଇନ ମଧ୍ୟମରେ ସମ୍ପର୍ଣ୍ଣ ହେଉଛି । ମାତ୍ର ଏହି ସବୁ ଭିତରେ କନେକ୍ଟିଭିଟି (connectivity) ସାଜିଛି ବାଧକ । ରାତି ପାହିଲେ ଲୋକେ ଇଣ୍ଟରନେଟ ଖୋଲ ବସୁଥିବା ବେଳେ ନେଟୱାର୍କରେ ଦେଖାଯାଉଛି ଅନେତ ସମସ୍ୟ ।

Tusar Kanti Behera

ତେବେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ସ୍ଥିତ ସାଙ୍ଘାତିକ୍ । କେଉଁଠି ପିଲା ପାହଡ ଉପରେ ତ ଆଉ କେଉଠି ଗଛ ଉପରେ ଚଢି କ୍ଲାସ କରୁଥିବା ଦେଖିବାକୁ ମିଳିଛି । ତେବେ ନେଟୱାର୍କ ଓ କନେକ୍ଟିଭିଟି ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । BSNL ବ୍ୟତୀତ Airtel, Idea, Jio ସହ ଆମେ ଆଲୋଚନା କରିଛୁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଯୋଗୁ ମାଲକାନଗିରିରେ Airtel network ଦେଇଛି । 5 ହଜାର ଲୋକ ଯେଉଁଠି ଅଛନ୍ତି, ସେମାନେ ଅଧିକ ଧ୍ୟାନ ଦେଉଛନ୍ତି। ପାହାଡ଼ିଆ ଅଞ୍ଚଳରେ logistics ସମସ୍ୟା ଅଛି। ଆମେ OSWAS ମାଧ୍ୟମରେ ବୈଠକ କରୁଛି ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।

ସେ କହିଛନ୍ତି, ସମସ୍ୟା ନେଇ କେନ୍ଦ୍ରକୁ ଚିଠି ଲେଖିଛୁ । ଏଥିପାଇଁ କିଛିଟା ସମୟ ଲାଗିବ। ହେଲେ ଗାଁ ଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ସମସ୍ୟା ସମାଧାନ ହେବା ସମ୍ଭବ ନୁହେଁ। ଆମେ ଅଭିଭାବକ ବୈଠକ ଡ଼କାଉଛୁ। କେନ୍ଦ୍ର ସରକାର ଆମକୁ କେବଳ ପ୍ରତିଶ୍ରୁତି ଦେଇଛନ୍ତି ଆଗାମୀ ଦିନରେ tele density ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+