ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି; ଉପ ମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା କମିଶନ କ୍ଷମତାହୀନ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, କମିଶନଙ୍କ ଅଧିକାର ସମନ କରିବା, ଡାକିବା, ଦଣ୍ଡିତ କରିବା। ମାତ୍ର ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ। ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ କରୁଛନ୍ତି। କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ। କମିଶନ ନିଜେ ଆକ୍ସନ ନେବା ଦରକାର, ନହେଲେ ମାନେ କିଛି ନାହିଁ ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି। ସେ ଅଧିକାର ସରକାର ଦେବେ, ମହିଳା କମିଶନ କ୍ଷମତା ସମ୍ପନ୍ନ ହେବ।

ମିନତି ବେହେରା ମହିଳା କମିଶନ ଅଧ୍ୟକ୍ଷା ପଦରୁ ବିଦା ହେବା ପରେ ଏବେ ନୂଆ ନିଯୁକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭାଜପା ଶିବିରରେ ଅନେକ ଆଶାୟୀଙ୍କ ନାଁ ସାମ୍ନାକୁ ଆସିଛି । ଏପଟେ ଖୁବଶୀଘ୍ର ନୂଆ ନିଯୁକ୍ତି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ବୟାନ ଦେବା ପରେ ଲବି ବି ବଢିଛି । ତେବେ ଭାଜପାର ଅନେକ ଆଶାୟୀ ଅଛନ୍ତି।












Click it and Unblock the Notifications