ବିଧାନସଭାକୁ ବନ୍ଦ କରିବା କଂଗ୍ରେସର ଉଦ୍ଦେଶ୍ୟ ନୁହେଁ, ତାରା
କଂଗ୍ରେସର ମୁଲତବି ପ୍ରସ୍ତାବକୁ ନେଇ ତାରା ବାହିନୀପତିଙ୍କ ପ୍ରତିକ୍ରିୟା। କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଛି, କିନ୍ତୁ ଗୃହ ସ୍ୱାଭାବିକ ନାହିଁ' । 'ସର୍ବଦଳୀୟ ବୈଠକ ଡାକି ଗୃହ ସ୍ୱାଭାବିକ କରନ୍ତୁ ବାଚସ୍ପତି'। ବିଧାନସଭାକୁ ବନ୍ଦ କରିବା କଂଗ୍ରେସର ଉଦ୍ଦେଶ୍ୟ ନୁହେଁ' । ସରକାରୀ ଦଳ ଓ ମୁଖ୍ୟ ବିରୋଧୀ ଗୃହକୁ ଚଳାଇ ଦେଉନାହାନ୍ତି'।

ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗରେ ଗତ ଦୁଇ ଦିନ ହେଲା ବିଧାନସଭାରେ ପ୍ରତିବାଦ କରି ଆସୁଛନ୍ତି । ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି କହିଛି, ରାଜରାସ୍ତାରେ ଚାଷୀ । ସରକାର କେବଳ ଭାଷଣ ମାରୁଛନ୍ତି । ବିକାଶ ଠପ୍ ହୋଇ ପଡିଛି । କଂଗ୍ରେସ କହିଛି, ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ । ଚାଷୀ ଅପେକ୍ଷା କରିଛନ୍ତି, ବିଧାନସଭାରେ କଣ ଆଲୋଚନା ହେବ । ସେପଟେ ବିଜେପି କହିଛି ଚାଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ବିରୋଧୀଙ୍କ କୌଣସି ଆନ୍ତରିକତା ନାହିଁ । କେବଳ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରାଯାଉଛି ବୋଲି ଦଳ କହିଛି ।












Click it and Unblock the Notifications