ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପରେ ସୂର୍ଯ୍ୟ ଚନ୍ଦ୍ରକୁ ଘରକୁ ନେଇଥିବା ଅଭିଯୋଗ
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପରେ ସୂର୍ଯ୍ୟ ଚନ୍ଦ୍ରକୁ ଘରକୁ ନେଇଥିବା ଅଭିଯୋଗ
ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ସୂର୍ଯ୍ୟ ଚନ୍ଦ୍ରକୁ ସେବାୟତ ଘରକୁ ନେଇଯାଇଥିବା ଅଭିଯୋଗ ହୋଇଛି । କିଛି ତଳିଆ କର୍ମାଚାରୀ ଏହି ସୂର୍ଯ୍ୟ, ଚନ୍ଦ୍ରକୁ ଜଣେ ସେବାୟତଙ୍କ ଘରକୁ ନେଇଯାଇଥିବା ନେଇ ଆଜି ଦିନ ତମାମ୍ ଚର୍ଚ୍ଚା ଲାଗି ରହିଛି । ଠାକୁରଙ୍କୁ ଲାଗୁ ହୋଇଥିବା ବେଶ ସଂଗ୍ରହାଳୟରେ ରଖାଯିବ ବୋଲି ପୂର୍ବରୁ ନିଷ୍ପତି କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।

ଛତିଶା ନିଯୋଗ ଓ ପରିଚାଳନା ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ହୋଇଥିଲା । ତେବେ କାହା ନିର୍ଦ୍ଦେଶରେ ଏହି ବେଶ ଗୁଡିକ ସେବାୟତଙ୍କ ଘରକୁ ନିଆଗଲା ତାକୁ ନେଇ ତଦନ୍ତ କରିବାକୁ ଦାବି ହୋଇଛି । ସେହିପରି ଶ୍ରୀମନ୍ଦିର ଭିତରୁ ବଡ଼ ଠାକୁରଙ୍କ ବେଶ ବାହାରକୁ କାହା ନିର୍ଦ୍ଦେଶରେ ଆସିଲା ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।












Click it and Unblock the Notifications