Get Updates
Get notified of breaking news, exclusive insights, and must-see stories!

ଉପର ପଡ଼ିଆରେ ବାଲିଯାତ୍ରା ନ କରିବା ପ୍ରସଙ୍ଗ; ଉପଯୁକ୍ତ ଫୋରମ୍‌ରେ କାହିଁକି ଆସୁନାହାନ୍ତି ପ୍ରଶ୍ନ କଲେ ହାଇକୋର୍ଟ ?

ଉପର ପଡ଼ିଆରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା । ସେହି ଉପର ପଡ଼ିଆ ହିଁ ବାଲିଯାତ୍ରାର ଅନ୍ତୁଡ଼ିଶାଳ । କିନ୍ତୁ ଏବେ ଶ୍ରୀହୀନ ପାଲଟିବାକୁ ଯାଉଛି । ଉପର ପଡ଼ିଆରେ ବାଲିଯାତ୍ରା ନହେବାକୁ ନେଇ ପୂରା ସହରବାସୀ, ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ରାଜନେତା ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ହାଇକୋର୍ଟଙ୍କ ଆଦେଶ ଆଳରେ ସବୁକଥାକୁ ଏଡ଼ାଇ ଆସୁଥିଲା । କିନ୍ତୁ ଗତକାଲି ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ପ୍ରଶାସନର ଅସଲ ଚେହେରା ପଦାରେ ପଡ଼ିଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଉପର ପଡ଼ିଆରେ ବାଲିଯାତ୍ରା ହେବା କଥାକୁ ଅଦାଲତରେ ଉଠାଇଥିଲେ । ଏହା ଉପରେ ଅଦାଲତ ବିଚାର କରିବାକୁ ଅନୁରୋଧ କରିଥିଲେ । ହାଇକୋର୍ଟ ପ୍ରଶାସନର ଏଭଳି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଯଦି ଉପର ପଡ଼ିଆରେ ବାଲିଯାତ୍ରା ହେବାଲାଗି ସହରବାସୀଙ୍କ ପକ୍ଷରୁ ଦାବି ହେଉଛି ତେବେ ପ୍ରଶାସନ ବା ଖୋଦ୍‌ ଜିଲ୍ଲାପାଳ କିମ୍ବା କୌଣସି ସଂଗଠନ କ'ଣ ପାଇଁ ପିଟିସନ୍‌ ନେଇ ଅଦାଲତକୁ ଆସୁନାହାନ୍ତି ବୋଲି ହାଇକୋର୍ଟ ପାଲଟା ପ୍ରଶ୍ନ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମୌଖିକ ଭାବେ ଉଠାଇବାକୁ ହାଇକୋର୍ଟ ଗ୍ରହଣ କରିନଥିଲେ ।

ଯଦି କିଛି କହିବାର ଅଛି ତାହେଲେ ଉପଯୁକ୍ତ ଫୋରମ୍‌ରେ ଆସିବାକୁ ହାଇକୋର୍ଟ କହିଛନ୍ତି । ହାଇକୋର୍ଟଙ୍କ ଏହି ଉତ୍ତର ପରେ ପ୍ରଶାସନର ଅସଲ ମୁଖା ପଦାରେ ପଡ଼ିଯାଇଛି । ପ୍ରଶାସନ ଉପର ପଡ଼ିଆରେ ବାଲିଯାତ୍ରା ନ କରିବାକୁ ଜିଦ୍‌ କରୁଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଗତବର୍ଷ ଉପର ପଡ଼ିଆ ପ୍ରସଙ୍ଗ ହାଇକୋର୍ଟରେ ଉଠିଥିଲା । ଟ୍ରାଫିକ୍‌ ସମସ୍ୟା ଏବଂ ଅନ୍ୟ କେତେକ ସମସ୍ୟା ଉପୁଜିଥିବା କୁହାଯାଇଥିଲା । ପ୍ରଶାସନ ବିଚାର କରିବାକୁ ହାଇକୋର୍ଟ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+