ଉପାନ୍ତ ମାଲକାନଗିରିରୁ ଇସ୍ରୋ ବୈଜ୍ଞାନିକ; ଚନ୍ଦ୍ରଯାନ-୩ରେ ଓଡି଼ଆ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର
ISRO Scientists from Malkanagiri: ଚନ୍ଦ୍ରାଯାନ-୩ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର । ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର। ଜୟନ୍ତ କେରଳ ଥିରୁବନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ-୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

କୋରାପୁଟର ଜବାହାର ନବୋଦୟ ବିଦ୍ୟାଳୟରେ ପାଠପଢ଼ି ସାରିବା ପରେ ଆଇ.ଆଇ.ଏସ.ଟି ଅନୁଷ୍ଠାନରେ ଏରୋସ୍ପେସ୍ ଇଞ୍ଜିନିୟରିଂ କରିବା ଲାଗି ସୁଯୋଗ ପାଇଥିଲେ । ୨୦୧୨ରେ ଏରୋସ୍ପେସ୍ ଇଂଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଜୟନ୍ତ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ ।
୨୦୧୨ଠାରୁ ୨୦୧୮ ମସହା ଯାଏଁ ଶ୍ରୀହରିକୋଟା ଉତ୍କ୍ଷେପଣ କେନ୍ଦ୍ର କ୍ରାୟୋଜେନିକ ପ୍ରୋପେଲର ବିଭାଗରେ କାମ କରୁଥିଲେ ଜୟନ୍ତ କୁମାର ହାଲଦାର । ପରେ ଅର୍ଥାତ ୨୦୧୮ ମସିହାଠାରୁ କେରଳ ଥିରୁବନନ୍ତପୁରମ୍ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ବରିଷ୍ଠ ମେକାନିକ୍ସ ବୈଜ୍ଞାନିକ ଭାବେ ଯୋଗଦେଇ ଚନ୍ଦ୍ରଯାନ-୩ ପ୍ରକଳ୍ପରେ ଭାଗ ନେଇଥିଲେ ଜୟନ୍ତ ଓ ତାଙ୍କ ଟିମ୍ । ଆଉ ସେହି ବିଭାଗରେ ଦିନ ରାତି କାମ କରି ସଫଳତା ହାସଲ କରିଥିଲେ । ଯାହାକୁ ନେଇ ପରିବାର ସହ ଜିଲ୍ଲାବାସୀ ଗର୍ବିତ । ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଜୟନ୍ତ କୁମାର ହାଲଦାରଙ୍କ ପରିବାର ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।












Click it and Unblock the Notifications