ଇଞ୍ଜିନ ବଦଳିବା ପରେ ଛାଡିଲା ଇସ୍ପାତ ଏକ୍ସପ୍ରେସ; ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଥିଲା ଟ୍ରେନ୍
ଭୂବନେଶ୍ୱର : ଇଞ୍ଜିନ ବଦଳିବା ପରେ ଛାଡିଲା ଇସ୍ପାତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଅଟକି ରହିଥିଲା ଇସ୍ପାତ ଏକ୍ସପ୍ରେସ । ତେବେ ମରାମତି ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି । ସଇଁତଳା ଷ୍ଟେସନରେ ଟେକ୍ନିକାଲ ଟିମ୍ ପହଞ୍ଚି ତଦାରଖ କରିଥିଲେ ।
ଆଜି ସକାଳୁ ଟିଟିଲାଗଡ଼ରୁ ହାୱାଡ଼ା ଅଭିମୁଖେ ବାହାରିଥିଲା ଏହି ଟ୍ରେନ। ତେବେ ୫ଟା ୪୫ ମିନିଟରେ ସଇଁତଳା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଟ୍ରେନଟି ଅଟକି ରହିଥିଲା।

କିଛି ଦିନ ତଳେ ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।
ଗତକାଲି , ଝାରସୁଗୁଡ଼ା ପଟୁ ଟାଟା ନଗର ଆଡ଼କୁ ଯାଉଥିବା ମାଲ୍ ବୋଝେଇ ଟ୍ରେନ ରାଉରକେଲା ବାସନ୍ତୀ କଲୋନୀ ଓଭର ବ୍ରିଜ ନିକଟରେ ଇଞ୍ଜିନରୁ ଅଲଗା ହେଲା ଡବା। ସୌଭାଗ୍ୟବଶତଃ ବର୍ତ୍ତିଗଲା ଏକ ବଡ଼ ଦୁର୍ଘଟଣା।
ସେହିପରି ବାଲେଶ୍ଵରରେ ମାଲବାହୀ ଟ୍ରେନ୍ର ଗୁଡ୍ସ ଗାର୍ଡ ବଗି ଛାଡି କୋଇଲା ଟ୍ରେନ୍ ଆଗକୁ ଚାଲି ଯାଇଥିଲା। ୩୦ ମିନିଟ୍ ପରେ ଟ୍ରେନ୍ ପଛକୁ ଫେରି ଗାର୍ଡ ବଗି ଯୋଡ଼ି ଗନ୍ତବ୍ୟସ୍ଥଳକୁ ଯାଇଥିଲା । ଏଭଳି ଘଟଣା ସୋର ରେଳ ଷ୍ଟେସନ୍ରେ ଘଟିଥିଲା ।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ରେଳ ଦୁର୍ଘଟଣାରେ ମୃତ ୧୯୩ ଜଣଙ୍କ ମଧ୍ୟରେ ଏବେବି ୪୧ ଜଣଙ୍କ ମୃତଦେହ ଏମସ ନିକଟରେ କଣ୍ଟେନର ଭିତରେ ପଡି ରହିଛି।












Click it and Unblock the Notifications