ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ପରାମର୍ଶ

ତିଥି ଅନୁସାରେ ରଥଯାତ୍ରା ପାଳିବାକୁ ଇସ୍କନକୁ ପରାମର୍ଶ । ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ବସିଥିବା ବୈଠକରେ ପରାମର୍ଶ ଦିଆଯାଇଛି । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି ।

Rath Yatra

ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ନ କରିବାକୁ ଅନୁରୋଧ କରାଯାଇଛି । ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ଅଦିନିଆ ରଥଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିବେଦନକୁ ଇସ୍କନ ମାନିବ କି ନାହିଁ ତାହା ଏ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନି । କାରଣ ଭାରତ ଭିତରେ ଇସ୍କନର ସବୁ ପ୍ରକାର ନିଷ୍ପତ୍ତି ଗୋଟିଏ ସଂଗଠନ ନେଉଥିବା ବେଳେ ବିଦେଶରେ ଇସ୍କନର ନିଷ୍ପତି ଆମେରିକାର ଆଉ ଏକ ସଂଗଠନ ନେଇଥାଏ ।

ତେଣୁ ଭାରତ ବାହାର ନିଷ୍ପତ୍ତି ସେହି ସଂଗଠନ ନେବ । ସେହି ଆଧାରରେ ଆଜିର ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଅନ୍ତର୍ଜାତୀୟ ସଂଗଠନ ନିକଟରେ ଉପସ୍ଥାପନ କରାଯିବ ବୋଲି ଇସ୍କନ କର୍ତ୍ତୃପକ୍ଷ କହିଛନ୍ତି । ଅଦିନିଆ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ରାଜ୍ୟ ଅତିଥି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ , ଇସ୍କନ କର୍ତ୍ତୃପକ୍ଷ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଯୋଗ ଦେବାକୁ ବିଦେଶରୁ ଇସକନ କର୍ତ୍ତୃପକ୍ଷ ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+