Get Updates
Get notified of breaking news, exclusive insights, and must-see stories!

ଭଡ଼ାରେ ଲାଗିଛି କି ବାଣୀବିହାର କ୍ବାର୍ଟର୍ସ ? ଟଙ୍କାଟିଏ ପାଉନି ବିଶ୍ବବିଦ୍ୟାଳୟ !

ଭୁବନେଶ୍ବର: 'ଅପରେସନ୍‌ ଅଣଛାତ୍ର' ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆସିଛି ସାଂଘାତିକ ତଥ୍ୟ। କ୍ୟାମ୍ପସରେ ପ୍ରଫେସର ଓ କର୍ମଚ‌ାରୀଙ୍କ ପାଇଁ ନିର୍ମାଣ ହୋଇଥିବା ୪୯ଟି କ୍ବାର୍ଟର୍ସ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ବୋଲି ଅଭିଯୋଗ । କିଏ ଭଡ଼ା ଲଗାଇଛନ୍ତି ତ ଆଉ କିଏ ଚାକିରି ସରିବା ପରେ ମଧ୍ୟ କ୍ୟାମ୍ପସ ଛାଡ଼ି ଯାଇନାହାନ୍ତି। କିଛି କର୍ମଚାରୀ କ୍ୟାମ୍ପସ ବାହାରେ ରହି ନିଜ କ୍ବାର୍ଟର୍ସ ଅନ୍ୟମାନକୁ ଭଡ଼ାରେ ଦେଇଛନ୍ତି।

ମାସିକ ୧୦ରୁ ୧୫ ହଜାର ଟଙ୍କା ଭଡ଼ା ଆଦାୟ ମଧ୍ୟ କରୁଛନ୍ତି। କ୍ବାର୍ଟର୍ସଗୁଡ଼ିକ ଜରାଜୀର୍ଣ୍ଣ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ତାହାକୁ କେହି ଖାତିର କରୁନାହାନ୍ତି। ବରଂ ମାସିକ ଭଡ଼ା ଆଦାୟ କରି ଦଲାଲ୍‌ମାନେ ମାଲେମାଲ୍‌ ହେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ କେହି ବି ମୁହଁ ଖୋଲି ନ ଥିଲେ। 'ଅପରେସନ୍‌ ଅଣଛାତ୍ର' ପରେ ଛାତ୍ର ଓ ପୂର୍ବତନ ଛାତ୍ରଙ୍କ ଦାବି ମୁତାବକ ଏବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ 'ଅପରେସନ୍‌ ଅଲ୍‌ଆଉଟ୍‌' ହାତକୁ ନେଇଛନ୍ତି। ଯେଉଁଥିରେ କ୍ବାର୍ଟର୍ସଗୁଡ଼ିକର ସର୍ଭେ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭଡ଼ାରେ ରହୁଥିବା ଲୋକଙ୍କ ଘରେ ଏସି ଚାଲିଛି। ୫ରୁ ଅଧିକ ବିଜୁଳି ବଲ୍‌ ଜଳୁଛି। ହେଲେ ମାସ ଶେଷରେ ଟଙ୍କାଟିଏ ଦେବାକୁ ପଡ଼ୁନାହିଁ। ଗୋଟିଏ ଗୋଟିଏ ଘରେ ୪ରୁ ଅଧିକ ଫ୍ୟାନ୍‌ ଚାଲୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ବାବଦରେ ଗୋଟିଏ ବି ଟଙ୍କା ଦେଉ ନାହାନ୍ତି। ବରଂ ପ୍ରତି ମାସରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍‌ ବାବଦ ଅର୍ଥ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭରଣା କରୁଛନ୍ତି। କେଉଁ ମାସରେ କ୍ବାର୍ଟର୍ସଗୁଡ଼ିକ ପାଇଁ ୩ ଲକ୍ଷ ଟଙ୍କାର ବିଲ୍‌ ଆସୁଛି ତ ‌କେତେବେଳେ ୫ ଲକ୍ଷରେ ପହଞ୍ଚୁଛି। ଗୋଟିଏ ପଟେ ଦିନ ଦି'ପହରରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିଜୁଳି ଚୋରି ହେଉଥିବା ବେଳେ ଅନ୍ୟପଟେ ହିଟର୍‌ ବ୍ୟବହାର କରି ବିଲ୍‌ ନ ଦେବା ଦ୍ବାରା ବିଶ୍ବବିଦ୍ୟାଳୟ ଉପରେ ଆର୍ଥିକ ଚାପ ବଢ଼ିବାରେ ଲାଗିଛି।

vanavihar utkal university

ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କର୍ମଚାରୀଙ୍କ ପାଇଁ ଥିବା ଅଧିକାଂଶ କ୍ବାର୍ଟର୍ସ ପରିତ୍ୟକ୍ତ ହୋଇପଡ଼ିଛି। ଠିକ୍‌ ସମୟରେ ମରାମତି ହେଉ ନ ଥିବାରୁ ସେଥିରେ ରହିବାକୁ କର୍ମଚାରୀମାନେ ଭୟ କରୁଛନ୍ତି। ପ୍ରବଳ ବର୍ଷା ପବନ ହେଲେ ଭାଙ୍ଗିଯିବାର ଆଶଙ୍କା ମଧ୍ୟ ରହୁଛି। କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ‌ବାସଭବନ ଉପରକୁ ଗଛଲତା ମାଡ଼ିଗଲାଣି। ଜଙ୍ଗଲିଆ ପରିବେଶ ହୋଇଥିଲେ ମଧ୍ୟ ତାହାକୁ ଭଡ଼ାରେ ଲଗାଇ କର୍ମଚାରୀମାନେ ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି। ହେଲେ ବିଶ୍ବବିଦ୍ୟାଳୟ ଟଙ୍କାଟିଏ ବି ଲାଭ ପାଉନି। ଏବେ ବର୍ଷା ଦିନ ଚାଲିଥିବାରୁ କ୍ବାର୍ଟର୍ସରେ ରହୁଥିବା ଲୋକଙ୍କ ପ୍ରତି ବିପଦ ରହିଥିଲେ ମଧ୍ୟ ଭଡ଼ା ଲଗାଇଥିବା ବ୍ୟକ୍ତିବିଶେଷଙ୍କର ସେଥିପ୍ରତି ନିଘା ନାହିଁ। ସେମାନେ ମାସକୁ ମାସ ଭଡ଼ା ନେଇ ଛୁ, କିଏ ମଲା କି ଗଲା ସେଥିପ୍ରତି କାହାର ନିଘା ନାହିଁ। ଦୁଇ ମାସ ପୂର୍ବରୁ କ୍ବାର୍ଟର୍ସରୁ ଗଞ୍ଜେଇ ଜବତ ହେବା ସହ ଦୁଇ ଜଣ ଯୁବକଙ୍କୁ କ୍ୟାମ୍ପସରୁ ଗିରଫ କରିଥିଲା ପୁଲିସ। ଏହାପରେ କ୍ବାର୍ଟର୍ସଗୁଡ଼ିକ ଭାଙ୍ଗିବାକୁ ଦାବି ହୋଇ ଆସୁଥିଲା। ଏବେ ସର୍ଭେ ଶେଷ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଉଚ୍ଛେଦ ହେବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+