ଦୀଘା ଜଗନ୍ନାଥ ମନ୍ଦିରରେ ଲାଗିଛି କି ବଳକା ନବକଳେବର କାଠ?
ଦୀଘା ଜଗନ୍ନାଥ ମନ୍ଦିରରେ ଲାଗିଛି କି ବଳକା ନବକଳେବର କାଠ? ବେଙ୍ଗଲି ଟିଭିକୁ ରାମକୃଷ୍ଣ ଦାସମହାପାତ୍ରଙ୍କ ଚାଞ୍ଚଲ୍ୟକର ପ୍ରତିକ୍ରିୟା । ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି କହିଥିଲେ ରାମକୃଷ୍ଣ ।
ସେ ଆହୁରି କହିଛନ୍ତି ଯେ, ନବକଳେବର ପାଇଁ ଆମେ ଦାରୁବ୍ରହ୍ମ କାଠ ଆଣୁ । ପ୍ରଭୁ ତିଆରି ହେବା ପରେ କିଛି କାଠ ଆମ ପାଖରେ ମନ୍ଦିର ଭିତରେ ଥାଏ । ମୋତେ ମମତା ବାନାର୍ଜି କହିଲେ ଦୀଘାରେ ଗୋଟିଏ ମନ୍ଦିର ହେବ । ପଥର ମୂର୍ତ୍ତି ନୁହେଁ, ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପନ ପାଇଁ ମୁଁ କହିଥିଲି । ସେତେବେଳେ ସେ କହିଲେ ଆପଣ ଏହା କରି ଆଣିବେ । ମୁଁ ଠାକୁରଙ୍କୁ ନେଇ ଆସିଛି ।
ଜଗନ୍ନାଥ ଧାମ ଲେଖାଯିବା ପୂରା ଭୁଲ୍। ଏହା କେବଳ ପୁରୀ ପାଇଁ ଉଦ୍ଦିଷ୍ଟ । ତେଣୁ ମୁଁ ଏ ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବି । ଏପରି କହିଛନ୍ତି ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର ।

ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ । ମୁହଁ ଖୋଲିଲେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର । ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ । ମୋତେ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ ମମତା ବାନାର୍ଜୀ । ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ କହିଥିଲି' । ନିମ୍ବ କାଠରେ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି' । ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି' । ବ୍ରହ୍ମର ଏକମାତ୍ର ସ୍ଥାନ ପୁରୀରେ ରହିଛି' । 'ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ' । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ' ।












Click it and Unblock the Notifications