ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହୋଇଛି କି ଡ୍ରେସ କୋଡ୍ ? ଜାଣନ୍ତୁ, ପୂରା ଘଟଣା...
ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହୋଇଛି କି ଡ୍ରେସ କୋଡ୍ ? ଶ୍ରୀମନ୍ଦିରକୁ ଗଲେ ଭକ୍ତ ପିନ୍ଧିବେ କି ସ୍ୱତନ୍ତ୍ର ଡ୍ରେସ ? ଏବେ ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ ।
ଦକ୍ଷିଣ ଭାରତର ସବୁ ପ୍ରମୁଖ ମନ୍ଦିରରେ ନିୟମ ଅଛି, ହେଲେ ଶ୍ରୀମନ୍ଦିରରେ କାହିଁକି ଲାଗୁ ହେଉନି ଡ୍ରେସକୋଡ୍ । ଭକ୍ତଙ୍କ ଏକାଗ୍ରତା ଓ ଜଗନ୍ନାଥ ସଂସ୍କୃତିର ମହାନତା ଦୃଷ୍ଟିରୁ କାଳିଆ ଦର୍ଶନପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ । ଯାହାକୁ ଭକ୍ତ ଓ ସେବକ ସମର୍ଥନ କରିଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିଲେ ହିଁ ଏହା ଲାଗୁ ହୋଇପାରିବ ବୋଲି ମତ ରଖିଛନ୍ତି ନୀତି ପ୍ରଶାସକ ।

ଜିନ୍ସ ପ୍ୟାଂଟ୍ କିମ୍ବା ଟି-ସର୍ଟ ଭଳି ଆଧୁନିକ ପୋଷାକ ପରିଧାନ କରି ଜଗାଦର୍ଶନକୁ ନାପସନ୍ଦ କରିଛନ୍ତି ସେବାୟତ । ଜଗନ୍ନାଥଙ୍କ ସେବାପୂଜାରେ ପ୍ରମୁଖ ଭୂମିକା ନେଉଥିବା ଦଇତାପତି ନିଯୋଗ ଡ୍ରେସକୋଡ୍ ଲାଗୁ କରିବାକୁ ଦାବି ଉଠାଇଛନ୍ତି । ନିଯୋଗର ସଂପାଦକ କହିଛନ୍ତି- ଅନେକ ଭକ୍ତ ଶାଳୀନତା ବିହିନ ପୋଷାକ ପରିଧାନ କରୁଛନ୍ତି । ଯାହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଘାତ ପହଞ୍ଚାଉଛି ।
ତେଣୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଆସୁଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପୂର୍ବରୁ ଅଟକାଯାଉ। ଚେଞ୍ଜିଂ ରୁମରେ ପୋଷାକ ବଦଳାଇ ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଉ। ନିଯୋଗର ଏଭଳି ଦାବିକୁ ସମର୍ଥନ କରି ଆଉ ଜଣେ ବରିଷ୍ଠ ସେବାୟତ କହିଛନ୍ତି- ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିର ସହ ଦେଶର ପ୍ରାୟ ସବୁ ପ୍ରମୁଖ ଧାର୍ମିକସ୍ଥଳରେ ଡ୍ରେସକୋଡ୍ ବ୍ୟବସ୍ଥା ରହିଛି। ତେଣୁ ଶ୍ରୀମନ୍ଦିରରେ ବି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ସେ କହିଛନ୍ତି ।
-
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
୪୪ଟି ସରକାରୀ ସ୍କୁଲ ପାଇଁ ଏକ ବଡ଼ ଘୋଷଣା କଲେ ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ -
ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ରାତିରେ ମହାପ୍ରଭୁଙ୍କ ସୁନାବେଶ -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି












Click it and Unblock the Notifications