UGCର ନୂଆ ନିୟମକୁ ନେଇ ବଢୁଛି ବିବାଦ ?
UGCର ନୂଆ ନିୟମକୁ ନେଇ ବଢୁଛି ବିବାଦ । ଚର୍ଚ୍ଚା ହେଉଛି ନୂଆ ନିୟମ ଯୋଗୁଁ କ୍ୟାମ୍ପସରେ ଭେଦଭାବ ଦୂର ହେବ ନା ବିବାଦ ବଢ଼ିବ? ଜାନୁଆରୀ ୨୦୨୬ରେ ୟୁନିଭରସିଟି ଗ୍ରାଣ୍ଟସ୍ କମିଶନ ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ପାଇଁ ଏକ ନୂଆ ନିୟମାବଳୀ ଆଣିଛନ୍ତି । ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ବାସ୍ତବରେ ଏ ନିୟମରେ କଣ ଅଛି ଓ କାହିଁକି ବିରୋଧ ହେଉଛି....

ସରକାରୀ ଓ ବେସରକାରୀ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ UGC କିଛି ନିର୍ଦ୍ଦେଶ ଦେଇଛନ୍ତି । କୁହାଯାଇଛି ଏକ କମିଟି ଗଠନ । ପ୍ରତି କଲେଜରେ 'ଇକ୍ୱିଟି କମିଟି' ଏବଂ ଅଭିଯୋଗ କେନ୍ଦ୍ର ଖୋଲିବାକୁ ପଡ଼ିବ । ଜାତି, ଧର୍ମ, ଲିଙ୍ଗ ଏବଂ ଭିନ୍ନକ୍ଷମଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ । କମିଟିଗୁଡ଼ିକରେ SC/ST/OBC, ମହିଳା ଏବଂ ଭିନ୍ନକ୍ଷମ ସଦସ୍ୟ ରହିବା ବାଧ୍ୟତାମୂଳକ । ନିୟମ ନ ମାନିଲେ କଲେଜର ଅନୁଦାନ ବନ୍ଦ ହେବ ଏବଂ ଡିଗ୍ରୀର ମାନ୍ୟତା ରଦ୍ଦ ହୋଇପାରେ । ପ୍ରଶ୍ନ ଉଠୁଛି, ୟୁଜିସି ଏ ନିୟମ କାହିଁକି ଆଣିଲା । UGC ଅନୁସାରେ, ୨୦୧୯ରୁ ୨୦୨୩ ମଧ୍ୟରେ ଜାତିଗତ ଭେଦଭାବ ଅଭିଯୋଗ ୧୧୮% ବଢ଼ିଛି, ତେଣୁ ଏହି ପଦକ୍ଷେପ ଜରୁରୀ ।
ନିୟମର ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ, ଅନେକ ଛାତ୍ର ଓ ଶିକ୍ଷକ ଏହାକୁ ବିରୋଧ କରୁଛନ୍ତି । ସେମାନଙ୍କର ମୁଖ୍ୟ ଆପତ୍ତିଗୁଡ଼ିକ ହେଲା, ସାଧାରଣ ବର୍ଗଙ୍କୁ 'ଦୋଷୀ' ଭାବେ ଦେଖିବା । ସମାଲୋଚକଙ୍କ କହିବା କଥା ଯେ, ଏହି ନିୟମ ପରୋକ୍ଷରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛି ଏ ନିୟମ । ମିଥ୍ୟା ଅଭିଯୋଗର ଭୟ ମଧ୍ୟ ରହୁଛି । ଯଦି କେହି ରାଗ ରଖି କାହା ନାଁରେ ମିଥ୍ୟା ଜାତିଗତ ଅଭିଯୋଗ କରେ, ତେବେ ତା' ବିରୋଧରେ କୌଣସି ଦଣ୍ଡର ବ୍ୟବସ୍ଥା ଏଥିରେ ନାହିଁ । ତେଣୁ ନିୟମର ଦୁରୁପଯୋଗ ହୋଇପାରେ । ଏହାସହ ନିୟମ ଅସ୍ପଷ୍ଟ ରହିଛି । ସାଧାରଣ ଯୁକ୍ତିତର୍କ ବା ମତାନ୍ତରକୁ ମଧ୍ୟ ଜାତିଗତ ରୂପ ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ, ଯାହା ଶିକ୍ଷକ ଓ ଛାତ୍ରଙ୍କ କ୍ୟାରିୟର ନଷ୍ଟ କରିଦେବ । ଏହାସହ କ୍ୟାମ୍ପସରେ ଖୋଲାଖୋଲି ଆଲୋଚନା କରିବାକୁ ଲୋକେ ଡରିବେ । ଏହା ଦ୍ୱାରା ପାଠପଢ଼ା ମାହୋଲ ଖରାପ ହେବ ବୋଲି ଅନେକ ମନେ କରୁଛନ୍ତି । ବିରୋଧୀଙ୍କ କହିବା କଥା, ଏହି ନିୟମ ଜାତିବାଦ ଦୂର କରିବା ପରିବର୍ତ୍ତେ ଛାତ୍ରଙ୍କ ମନରେ ଜାତି ଭାବନାକୁ ଅଧିକ ଦୃଢ଼ କରିବ।
ଏହାସହ ଯୋଗ୍ୟତା ଅବହେଳିତ ହେବ ଏବଂ ଶିକ୍ଷାନୁଷ୍ଠାନରେ ଅଶାନ୍ତି ବଢ଼ିବ । ସୋସିଆଲ ମିଡିଆରେ #UGC_RollBack ଭଳି ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରୁଛି । ଛାତ୍ରମାନେ ବିକ୍ଷୋଭ କରୁଛନ୍ତି । କିଛି ଯୁବ ନେତା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ଏବଂ ସରକାରଙ୍କ ଉପରେ ଏହି ନିୟମ ବଦଳାଇବାକୁ ଚାପ ପଡ଼ୁଛି । ସମର୍ଥକଙ୍କ ମତ ଏହି ନିୟମ ସାମାଜିକ ନ୍ୟାୟ ଓ ସମ୍ମାନ ପାଇଁ ଜରୁରୀ । ଭେଦଭାବ ରୋକିବା ନିଶ୍ଚିତ ଭାବେ ଜରୁରୀ । କିନ୍ତୁ ନୂଆ ନିୟମରେ ମିଥ୍ୟା ଅଭିଯୋଗରୁ ରକ୍ଷା ପାଇବା ପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିବା ଦରକାର ବୋଲି ଅଧିକାଂଶ ମନେ କରୁଛନ୍ତି ।
-
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ସମ୍ପତ୍ତି ତାଲିକା ଦେଉନାହାଁନ୍ତି ସରକାରୀ ବାବୁ -
ଆଗାମୀ ୨ ଦିନ ମଧ୍ୟରେ ବଢ଼ିବ ଦିନ ତାପମାତ୍ରା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ -
ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ -
ରାଜ୍ୟର ୮୬ ଜେଲ୍ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ, ୧୭ଜଣ ଫେରାର୍ -
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ -
ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ , ସ୍ଵାଭାବିକ ଚାଲିଛି ପ୍ରଶ୍ନକାଳ -
ରାଜ୍ୟସଭା ନିର୍ବାଚନ; ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି, ଜାଣନ୍ତୁ ଓଡ଼ିଶା ପାଇଁ କାହାକୁ ମିଳିଲା ଦାୟିତ୍ୱ -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମୁହାମୁହିଁ ହେବେ ଶାସକ- ବିରୋଧୀ, ଆଜିଠୁ ପୁଣି କମ୍ପିବ ବିଧାନସଭା -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ












Click it and Unblock the Notifications