ପୁରୀ ବିରୋଧରେ ହେଉଛି କି ବଡ଼ ଷଡଯନ୍ତ୍ର ? ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଅନେକ ପୋଷ୍ଟ
ପୁରୀ ବିରୋଧରେ ହେଉଛି କି ବଡ଼ ଷଡଯନ୍ତ୍ର ? ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଅନେକ ପୋଷ୍ଟ । ଯେଉଁଥିରେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ।
କିଛି ଲୋକ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ବେଙ୍ଗଲ ୱାରିୟର ନାମକ କେହି ବ୍ୟକ୍ତି ଏକ୍ସରେ ବିଭ୍ରାନ୍ତକାରୀ ପୋଷ୍ଟ କରୁଛନ୍ତି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତେଜିବାରେ ଲାଗିଛି । ଏହାରି ଭିତରେ ଏପରି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଯାହାକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି । ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି । ଶ୍ରୀକ୍ଷେତ୍ର ପୁରୀର ଗୌରବହାନୀ ହେଲା ଭଳି ଅପଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହେଉଛି । ତେବେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରୁଛି କିଏ? କେବେ ହେବ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ? ଉଠୁଛି ଅନେକ ପ୍ରଶ୍ନ ।

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତେଜିବାରେ ଲାଗିଛି। ଏହାରି ଭିତରେ ଏପରି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଯାହାକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି।
ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି। ଶ୍ରୀକ୍ଷେତ୍ର ପୁରୀର ଗୌରବ ହାନି ହେଲା ଭଳି ଅପଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହୋଇଛି। ତେବେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରୁଛି କିଏ? କେବେ ହେବ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସେନେଇ ପ୍ରଶ୍ନ ଉଠିଛି?












Click it and Unblock the Notifications