ବିବାହ କଲେ କି ଦୂତୀ ଚାନ୍ଦ ? ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା !
ବିବାହ କଲେ କି ଦୂତୀ ଚାନ୍ଦ ? ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଦୂତୀ ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ତାଙ୍କର ବାନ୍ଧବୀ ମୋନାଲିସାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।
ଭୁବନେଶ୍ୱର: ବିବାହ କଲେ କି ଦୂତୀ ଚାନ୍ଦ ? ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଦୂତୀ ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ତାଙ୍କର ବାନ୍ଧବୀ ମୋନାଲିସାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ତାଙ୍କ ବିବାହର ଗୁଜବ ସୃଷ୍ଟି ହେଉଛି ।

ଫଟୋରେ ଦୂତୀ ସୁଟ୍ ପିନ୍ଧିଥିବା ବେଳେ ପ୍ରେମିକା ମୋନାଲିସା ଲେହେଙ୍ଗା ପିନ୍ଧିଛନ୍ତି । ଯାହାକୁ ଦେଖି ଦୂତୀ ବିବାହ କରି ନେଇଥିବା କଥା ଲୋକେ ଚର୍ଚ୍ଚା କରୁଛନ୍ତି । ତେବେ ଘଟଣାର ସତ୍ୟତା ଜଣାପଡି ଥିଲେ ମଧ୍ୟ ଫଟୋ ଭାଇରାଲ ହେବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ଦୁହିଁଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ।
ତେବେ ଫଟୋଟି ସେୟାର କରି ଦୂତୀ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, "ଗତକାଲି ତୁମକୁ ଭଲ ପାଉଥିଲି, ତୁମକୁ ଭଲ ପାଉଛି, ସର୍ବଦା ଭଲ ପାଇବି । " ସେହିପରି ଇନଷ୍ଟାଗ୍ରାମରେ ସମାନ ଫଟୋ ପୋଷ୍ଟ କରି "ପ୍ରେମ ସବୁବେଳେ ପ୍ରେମ ।" ବୋଲି କ୍ୟାପସନରେ ଦୂତୀ ଲେଖିଛନ୍ତି । ତେବେ ଏହି ଫଟୋଟି ଦୂତୀଙ୍କ ଭଉଣୀ ଅଞ୍ଜନାଙ୍କ ବାହାଘର ବେଳର । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଭଉଣୀ ବିବାହର ଅନେକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।
କହିରଖୁ କି, 2019 ରେ ମୋନାଲିସାଙ୍କ ସହ ସମଲିଙ୍ଗୀ ସମ୍ପର୍କ ଥିବା ଘୋଷଣା କରି ଦୂତୀ ପ୍ରଥମ ଭାରତୀୟ ଆଥଲେଟ୍ ହୋଇ ହେଡଲାଇନ୍ ରହିଥିଲେ । ଯଦିଓ ଏଥି ପାଇଁ ସେ ତାଙ୍କ ପରିବାରରୁ କୌଣସି ସମର୍ଥନ ପାଇ ନଥିଲେ । ମାତ୍ର ସେ ନିଜ ସାଥୀଙ୍କ ସହ ରହିବାକୁ ପସନ୍ଦ କରିଥିଲେ । ସମ୍ପ୍ରତି ସେ କଲର୍ସ ଟିଭିରେ ପ୍ରସାରିତ ହୋଇଥିବା ଡ୍ୟାନ୍ସ ରିଅଲିଟି ଶୋ ଝଲକ୍ ଦିଖଲା ଜା-10 ରେ ଅଂଶଗ୍ରହଣ କରିଥିଲେ ଏବଂ ଗୋଟିଏ ଏପିସୋଡରେ ମୋନାଲିସାଙ୍କୁ ତାଙ୍କର ଏକ ଅଭିନୟ ଉତ୍ସର୍ଗ କରିଥିଲେ । ପ୍ରଦର୍ଶନ ପରେ ଡ୍ୟୁଟି ତାଙ୍କ ସାଥୀଙ୍କଠାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ କଲ ମଧ୍ୟ ପାଇଥିଲେ ।












Click it and Unblock the Notifications