ଦାନା ବାନ୍ଧୁଛି କି ବାତ୍ୟା ? ଘୂର୍ଣ୍ଣିବଳୟ ପରେ ବଢିଲା ଆଶଙ୍କା; ଜାଣନ୍ତୁ, କଣ କହୁଛି କେଉଁ ମଡେଲ ?

ବାତ୍ୟା ହେବ ନା ହେବ ନାହିଁ ? ଯଦି ହେବ, କେଉଁଠି ଲ୍ୟାଣ୍ଡଫଲ କରିବ ? କେତେ ଜୋରରେ ପବନ ବୋହିବ ? କେତେ ବର୍ଷ ହେବ ? କେତେ ଭୟଙ୍କର ରୂପନେବ ? ଚାଲିଛି ଅକ୍ଟୋବର ମାସ । ତେଣୁ ରାଜ୍ୟବାସୀଙ୍କ ମନରୁ ଯାଉନି ବାତ୍ୟା ଛନକା ।

ଭୁବନେଶ୍ୱର: ବାତ୍ୟା ହେବ ନା ହେବ ନାହିଁ ? ଯଦି ହେବ, କେଉଁଠି ଲ୍ୟାଣ୍ଡଫଲ କରିବ ? କେତେ ଜୋରରେ ପବନ ବୋହିବ ? କେତେ ବର୍ଷ ହେବ ? କେତେ ଭୟଙ୍କର ରୂପନେବ ? ଚାଲିଛି ଅକ୍ଟୋବର ମାସ । ତେଣୁ ରାଜ୍ୟବାସୀଙ୍କ ମନରୁ ଯାଉନି ବାତ୍ୟା ଛନକା ।

ଯଦିଓ ଭାରତୀୟ ପାଣିପାଗ ବିଭାଗ ବାତ୍ୟାକୁ ନେଇ ସ୍ପଷ୍ଟ କରି ନାହିଁ । ତଥାପି ଗଣମାଧ୍ୟମରେ ପ୍ରକାଶ ପାଉଥିବା ତମାମ୍ ବିଦେଶୀ ପାଣିପାଗ ମଡେଲ ପାଇଁ ଏବେ ଭୟବିତ ଅଛନ୍ତି ଲୋକେ । ସେପଟେ ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ସାରିଛି ଘୂର୍ଣ୍ଣିବଳୟ । ଯାହା କାଳକ୍ରମେ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅନୁମାନ କରୁଛି ପାଣିପାଗ କେନ୍ଦ୍ର । ଆଞ୍ଚଳିକ ପାଣିପାଗ ବିଭାଗର ଅନୁମାନ-ଏହି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ । ଲୋ-ପ୍ରେସର ସୃଷ୍ଟିର ୪୮ ଘଣ୍ଟା ପରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ତେବେ ଏହା ଦ୍ୱାରା ବାତ୍ୟା ହେବ କି ନାହିଁ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ୨୦ରେ ଲଘୁଚାପ ସୃଷ୍ଟି ପରେ ବାତ୍ୟା କଥା ସ୍ପଷ୍ଟ ହୋଇଯିବ ବୋଲି ରାଜଧାନୀ ପାଣିପାଗ କେନ୍ଦ୍ର କହିଛି । ସେପଟେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଆଶଙ୍କାକୁ ଅନୁଯାଇ ବାତ୍ୟା ନିଶ୍ଚିତ ହେବ ।

weather report

କେଉଁ ମଡେଲ କଣ କହୁଛି ?

  1. ଇସିଏମ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡି ୨୬ ତାରିଖରେ ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଦର୍ଶାଇଛି ।
  2. ଇସିଏମଡବ୍ଲ୍ୟଏଫ ମଡେଲର ଆକଳନ ଅନୁସାରେ ବଙ୍ଗୋପସାଗରେ ଘନୀଭୂତ ହେବାକୁ ଥିବା ଲଘୁଚାପ ୨୪ ତାରିଖକୁ ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖବେଳକୁ, ଉତ୍ତର- ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ-ଓଡିଶା ଉପକୂଳର ନିକଟତର ହେବ ।
  3. ସେହିପରି ଜିଏଫଏସ ମଡେଲ ଅନୁସାରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି । ଏଫଏସ ମଡେଲର ଆକଳନ ଅନୁସାରେ, ୨୪ ତାରିଖକୁ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାଟି ଥିବ । ୨୫ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ । ଏହି ସମୟରେ ଉତ୍ତର- ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ନିକଟତର ହେବାର ପୂର୍ବାନୁମାନ କରିଛି ।

ସେପଟେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁ ମଧ୍ୟ ବାତ୍ୟା ଆଶଙ୍କାକୁ ଏଡ଼ାଇ ଯାଇ ନାହାନ୍ତି । GFS, WINDY ଓ INCOIS ଭଳି ବିଭିନ୍ନ ପାଣିପାଗ ପୂର୍ବାନୁମାନ ସଂସ୍ଥାଙ୍କ ମଡେଲକୁ ଅନୁଧ୍ୟାନ କରି ସାଇକ୍ଲୋନର ସମ୍ଭାବନା ଅଧିକ ବୋଲି ସେ ଦେଇଛନ୍ତି। ତାସହ କହିଛନ୍ତି ଆସନ୍ତା ୨୨ ତାରିଖରେ ବାତ୍ୟାର ରୂପରେଖ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। ଯଦି ବାତ୍ୟା ଆସେ ତାହାଲେ ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା ଉପକୂଳ କିମ୍ବା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ରହିପାରେ ବୋଲି ସେ ଅନୁମାନ କରିଛନ୍ତି। ତେବେ ୨୪ରୁ ଓଡ଼ିଶାରେ ବର୍ଷାର କୋପ ଆରମ୍ଭ ହୋଇଯିବ ଓ ୨୪ରୁ ୨୬, ତିନି ଦିନ ଧରି ସାରା ରାଜ୍ୟରେ ବର୍ଷିବ ବୋଲି ସେ କରିଛନ୍ତି ପୂର୍ବନୁମାନ।

ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୧ ପରେ ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିବ । ତେଣୁ ୨୪ରେ ବାତ୍ୟା ହେବ । କିନ୍ତୁ ଏହା ଭୀଷଣ ବାତ୍ୟା ରୂପ ନନେଇପାରେ । ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ସମସ୍ତ ମଡେଲକୁ ବିଶ୍ଳେଷଣ କରି ୨୦ ତାରିଖ ପରେ ବାତ୍ୟା ହେବ କି ନାହିଁ ତାହା ଚିତ୍ର ସ୍ପଷ୍ଟ କରିବେ । କିନ୍ତୁ ୨୦ଅକ୍ଟୋବର ବେଳକୁ ବଙ୍ଗୋପସାଗରରେ ଲଘୁଚାପ ହେବ । ଯାହାର ପ୍ରଭାବରେ ଓଡିଶାରେ ବର୍ଷା ହେବ ।

ସାଧାରଣତଃ ଅକ୍ଟୋବର ମାସରେ ବାତ୍ୟା ଆସିଥାଏ । ଓଡିଶା ଏହି ବାତ୍ୟାରେ ପ୍ରଭାବିତ ହୋଇଥାଏ । ତେଣୁ ବିଭିନ୍ନ ପାଣିପାଗ ମଡେଲର ବାତ୍ୟା ଆକଳନ ଆଶଙ୍କାକୁ ବଢ଼ାଇ ଦେଇଛି । ଏବେ ଅପେକ୍ଷା ଆଇଏମଡିର ପରବର୍ତ୍ତୀ ଆକଳନ କଣ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+