5T ଏକ ବିଭାଗ କି ? ବିଧାନସଭାରେ ଜୟନାରାୟଣଙ୍କ ପ୍ରଶ୍ନ, ଜବାବ ରଖିଲା ବିଜେଡି...

5T କଣ ଏକ ବିଭାଗ କି ? ଯଦି ଏହା ଏକ ବିଭାଗ, ତେବେ ଏହାର ଅଫିସ କେଉଁଠି ଅଛି ? ଏହାର ଅନ୍ୟ କର୍ମଚାରୀ ମାନେ କିଏ ? ଅନ୍ୟ ବିଭାଗର କ୍ଷମତା ସଙ୍କୁଚିତ ପାଇଁ ଏହି ବିଭାଗ କରାଯାଇଛି କି ?

Odisha Assembly Budget Session

ଭୁବନେଶ୍ୱର: 5T କଣ ଏକ ବିଭାଗ କି ? ଯଦି ଏହା ଏକ ବିଭାଗ, ତେବେ ଏହାର ଅଫିସ କେଉଁଠି ଅଛି ? ଏହାର ଅନ୍ୟ କର୍ମଚାରୀ ମାନେ କିଏ ? ଅନ୍ୟ ବିଭାଗର କ୍ଷମତା ସଙ୍କୁଚିତ ପାଇଁ ଏହି ବିଭାଗ କରାଯାଇଛି କି ? ବିଧାନସଭାରେ କାହିଁକି ଏହି ବିଭାଗକୁ ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେଉନି ? ସୋମବାର ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରଶ୍ନ କରିଛନ୍ତି ।

ତେବେ ଜୟନାରାୟଣଙ୍କ ଏହି ପ୍ରଶ୍ନର ଜବାବ ରଖିଛି ଶାସକ ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ହାସ୍ୟାସ୍ପଦ । 5T ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇ ପାରେ । ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତା ଧାରା । ଏହା ମହାମନ୍ତ୍ର ଭଳି କାମ କରୁଛି ।

ସେ କହିଛନ୍ତି, ତଳ ସ୍ତରରେ ବିଭିନ୍ନ ଅନିୟମିତତା ଓ ବିଭିନ୍ନ ସମସ୍ୟା ହେଉଛି। ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ 5T କୁ ଦେବାକୁ କହୁଛନ୍ତି। 5T କୁ ଜଣେଇଲେ ଅନେକ ସମସ୍ୟାର ସମାଧାନ ହେଉଛି। ବିରୋଧୀ ଦଳ ବି 5T ସଚିବ ବୋଲି ସମ୍ବୋଧନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ 5T ବ୍ୟବସ୍ଥା ଏକ ଚିନ୍ତାଧାରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+