ରାଜଧାନୀରେ IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ସରକାରୀ କ୍ବାଟର୍ସ ଭିତରେ ଜବରଦସ୍ତି ଦେଲେ ଯୌନ ନିର୍ଯାତନା
IRS ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ଇନକମ୍ ଟ୍ୟାକ୍ସ ଅଫିସରେ କାର୍ଯ୍ୟରତ IRS ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ସହୀଦ ଥାନାରେ କେସ ନମ୍ବର ୧୦୪/୨୬ରେ ମାମଲା ରୁଜୁ କରି ତନାଘନା କରୁଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ । ଏନେଇ IRS ଅଧିକାରୀଙ୍କ ନାଁରେ ବିଏନଏସ ୬୪(୧) ଦଫାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗରେ କଣ ରହିଛି ସତ୍ୟାସତ୍ୟ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଗତ ୧୯ ତାରିଖ ପୀଡିତା ଏନେଇ ସହୀଦନଗର ଥାନାରେ ଅଭିଯୋଗ ଆଣିଥିଲେ । ପରେ କମିଶନରେଟ ପୋଲିସ ଘଟଣାର ସତ୍ୟାସତ୍ୟ ପାଇଁ ପ୍ରମାଣ ଖୋଜୁଛି । ପୀଡ଼ିତାଙ୍କ ଘରକୁ ଯାଇ ପୋଲିସ ବୟାନ ରେକର୍ଡ କରିଛି । ଖୁବଶୀଘ୍ର IRS ଅଧିକାରୀଙ୍କ ଘରେ ପହଞ୍ଚିବ ପୋଲିସ ।












Click it and Unblock the Notifications