ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍

ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

Vigilance

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଅନୁଗୁଳର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି।

ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ, ଗଞ୍ଜାମର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।

ଚଢାଉ ହୋଇଥିବା ସ୍ଥାନ-

ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ରେ ଅବସ୍ଥିତ ତିନି ମହଲା କୋଠା।
ରାଉରକେଲାର ଗୋପବନ୍ଧୁ ନଗରର ଛେଣ୍ଡ, ଏମ/୨୦ରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା।
ଭୁବନେଶ୍ୱରର ଘଟିକିଆରେ ଫ୍ଲାଟ୍ ନଂ.୪୦୩, ଅରୋଭିଲା-୧, ଫେଜ୍-୩।
ଭୁବନେଶ୍ୱରର ଘଟିକିଆରେ ଫ୍ଲାଟ୍ ନଂ.୪୦୨, ଅରୋଭିଲା-୧, ଫେଜ୍-୩।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପିଏସ୍, ରାଞ୍ଝାଲି ଗ୍ରାମରେ ତାଙ୍କ ପୈତୃକ ଘର।
ଗଞ୍ଜାମ ଜିଲ୍ଲା ବେହେରାସାହିର ପୁରୁଷୋତ୍ତମପୁରର ଆଲାଡିଗାଁ ଗ୍ରାମରେ ତାଙ୍କ ଶ୍ୱଶୁର ଘର।
ଅନୁଗୁଳର ୩ଆରଏ/୧ ଜଳସେଚନ କଲୋନୀରେ ତାଙ୍କ ଆବାସିକ ସରକାରୀ କ୍ୱାର୍ଟର।
ଅନୁଗୁଳର ଜଳସେଚନ ଡିଭିଜନରେ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ କକ୍ଷ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+