ASO ନିଯୁକ୍ତିରେ ଅନିୟମିତତା:ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ
କଟକ:ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲା । OPSCର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ । ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ । ଲଖିତ ପରୀକ୍ଷାରେ ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
୭୯୪ଟି ASO ପଦବୀ ପାଇଁ ଗତବର୍ଷ ଅଗଷ୍ଟରେ ହୋଇଥିଲା ପରୀକ୍ଷା । ମୋଟ୍ ୧ ଲକ୍ଷ ୪୮ ହଜାର ୮୮୮ ପ୍ରାର୍ଥୀ ଲଖିତ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ଲିଖିତ ପରୀକ୍ଷାରେ ୧୧ ଶହ ୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ଯାହା ଖାଲିଥିବା ପଦବୀର ଦେଢଗୁଣ ।

ତେବେ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ପରିକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ପରେ ସମସ୍ତ ପରିକ୍ଷାର୍ଥୀ ଓପିଏସସି ନିକଟରେ ଅଭିଯୋଗ କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସମସ୍ତ ପରିକ୍ଷାର୍ଥୀ । ତେବେ ଗତବର୍ଷ ନଭେମ୍ବର ମାସରେ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।












Click it and Unblock the Notifications