ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତା ମାମଲା : ରିପୋର୍ଟ ମାଗିଲେ ରାଜସ୍ବ ମନ୍ତ୍ରୀ ପୁରେଶ ପୂଜାରୀ

ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ନେଇ ହେଉଥିବା ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଚାକିରି ଆଶାୟୀମାନେ ପରୀକ୍ଷା ବାତିଲ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ ମଧ୍ୟ ସରକାରୀ ସ୍ତରରେ ନିଷ୍ପତ୍ତି ବିଳମ୍ବିତ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।

Puresh Pujari

ଏପରିସ୍ଥିତିରେ ପରୀକ୍ଷା ଅନିୟମିତା ଅଭିଯୋଗ ନେଇ ଶନିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ରାଜସ୍ବ ବିଭାଗକୁ ପରୀକ୍ଷାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିବା ସହ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ପରୀକ୍ଷା ସବୁବେଳେ ତ୍ରୁଟିଶୂନ୍ୟ ହେବା କଥା। ଉଚିତ ସ୍ଥାନରେ ପରୀକ୍ଷା ହେଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି। ଆର୍‌ଆଇ ଓ ଅମିନ ପରୀକ୍ଷା ରାଜସ୍ବ ବିଭାଗ କରେନାହିଁ। ଏହି ପରୀକ୍ଷା ଓଏସ୍‌ଏସ୍‌ଏସି ଦ୍ବାରା ପରିଚାଳିତ ହୋଇଥାଏ। ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାଫ୍‌ସିଲେକ୍ସନ ବୋର୍ଡ ଆଉଟ୍‌ସୋର୍ସିଂ କରିଥିବା ଖବର ଆସୁଛି। ସେହି କମ୍ପାନିର କ୍ରେଡିବିଲିଟିକୁ ନେଇ ବି ପ୍ରଶ୍ନ ଉଠିଛି। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଯେଉଁ ଅଭିଯୋଗ ହସ୍ତଗତ ହୋଇଛି, ମୋତେ ଲାଗୁଛି, ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହେଁ। ସରକାର ଏ ଦିଗରେ ଅନୁଧ୍ୟାନ କରିବେ ଏବଂ ବ୍ଲାକ୍‌ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ। ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି, ଏହା ଫଳାଫଳକୁ କେତେ ପ୍ରଭାବ ପକାଇବ, ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ। ଏହାର ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା ଅଛି ବୋଲି ମନ୍ତ୍ରୀ କହିଛନ୍ତି।

ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତାକୁ ନେଇ ଗତ ୩ ତାରିଖରେ ଚାକିରି ଆଶାୟୀମାନେ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବାବେଳେ କଟକରେ ଷ୍ଟୁଡେଣ୍ଟସ୍‌ ଏଗ୍‌ନେଷ୍ଟ କରପ୍‌ଶନ ଜିଲାପାଳଙ୍କ ଅଫିସ ଘେରାଇ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଶନିବାର ଏହି ଛାତ୍ର ସଙ୍ଗଠନ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛି। ସଙ୍ଗଠନର ଆବାହକ ବିଭୂତି ଭୂଷଣ ମହାପାତ୍ର ଖବରଦାତା ସମ୍ମିଳନୀରେ କହିଛନ୍ତି, ରବିବାର ସା ୬ଟା ସୁଦ୍ଧା ସରକାର ପରୀକ୍ଷା ବାତିଲ କରିବା ସହ ଦାବି ପୂରଣ ନ କଲେ ୭ ତାରିଖ ସୋମବାର ସକାଳ ୯ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ହେବ। ଓଡ଼ିଶାର ପ୍ରତ୍ୟେକ ଘରୁ ଜଣେ ଜଣେ ମେଧାବୀ ବାହାରି ଏଥିରେ ସାମିଲ ହେବେ। ଓଏସ୍‌ଏସ୍‌ଏସିର ଆର୍‌ଆଇ, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ନିଯୁକ୍ତି ଦୁର୍ନୀତିକୁ ସଂଗଠନ ପକ୍ଷରୁ ଦୃଢ ବିରୋଧ କରାଯାଉଛି। ପରୀକ୍ଷା ବାତିଲ, ପୁନର୍ବାର ସ୍ବଚ୍ଛତାର ସହିତ ପରୀକ୍ଷା ଓ ଦୁର୍ନୀତି ପଛରେ ଥିବା ଦଲାଲ ଓ ବଡ଼ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+