ପରୀକ୍ଷାରେ ଅନିୟମିତତା ଓ ମାର୍କରେ ସଂଶୋଧନ ଦାବି: ବୋର୍ଡ ଅଫିସ୍ ସମ୍ମୁଖରେ ପରୀକ୍ଷାର୍ଥୀଙ୍କ ହୋହଲ୍ଲା
ଭୁବନେଶ୍ୱର: ପରୀକ୍ଷାରେ ଅନିୟମିତତା ଓ ମାର୍କରେ ସଂଶୋଧନ ଦାବି । ବୋର୍ଡ ଅଫିସ୍ ସମ୍ମୁଖରେ ପରୀକ୍ଷାର୍ଥୀଙ୍କ ହୋହଲ୍ଲା । ଓଟିଇଟି ଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ବିବାଦ । ପ୍ରଶ୍ନପତ୍ରରେ ତ୍ରୁଟ ସହ ଫଳ ପ୍ରକାଶରେ ମଧ୍ୟ ଅନେକ ତ୍ରୁଟି ଥିବା ଅଭିଯୋଗ କରିବା ସହିତ ସଠିକ୍ ମୂଲ୍ୟାୟନ ଦାବି କରି ଆଜି ଶତାଧିକ ପରୀକ୍ଷାର୍ଥୀ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ହୋହଲ୍ଲା କରିଥିଲେ ।

ପରୀକ୍ଷାର୍ଥୀମାନେ ବୋର୍ଡ କାର୍ଯ୍ୟାଳୟ ଘେରାଓ କରିବା ସହ ମାର୍କର ଉପଯୁକ୍ତ ସଂଶୋଧନ ଏବଂ ୧୦ଟି ଗ୍ରେସ୍ ମାର୍କ ପ୍ରଦାନ ପାଇଁ ଦାବି ରଖିଛନ୍ତି । ସେହିପରି ପ୍ରଶ୍ନପତ୍ର ପ୍ରକାଶ ଫଳ ପ୍ରକାଶରେ ମଧ୍ୟ ତ୍ରୁଟି ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।
ପରୀକ୍ଷାର୍ଥୀ ମାନେ କହିଛନ୍ତି, ୫୦୦ ଟଙ୍କା ଦେଇ ଉତ୍ତରକୁ ଚ୍ୟାଲେଞ୍ଜ କରିଥିଲୁ ହେଲେ ଆମ ମାର୍କରେ କୌଣସି ସଂଶୋଧନ କରାଯାଇନାହିଁ । ସେପଟେ ଅର୍ଥ ହେରଫେର ଅଭିଯୋଗକୁ ଖଣ୍ତନ କରିଛି ପ୍ରଶାସନ । ଓଏମଆର୍ ସିଟ୍ ମାଗିଛନ୍ତି ଛାତ୍ରଛାତ୍ରୀ ହେଲେ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନାହିଁ ବୋଲି ଅଭିଯୋଗ ହୋଇଛି । ସେହିପରି ଚଳିତ ବର୍ଷ ଜୁନିଅପ ଟିଚର ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବା ପୂର୍ବରୁ ଓଟିଇଟି ପରୀକ୍ଷା କରାଯିବା ସହ ୨୦୨୨ ଓଟିଇଟିରେ ଯେଉଁ ପିଲାମାନଙ୍କର ଭୁଲ୍ ମୂଲ୍ୟାୟନ କରାଯାଇଛି ସେମାନଙ୍କୁ ସଠିକ୍ ମାର୍କ ଦିଆଯାଉ ବୋଲି ଦାବି କରାଯାଉଛି ।
ଅନ୍ୟପକ୍ଷରେ ବୋର୍ଡ ପକ୍ଷରୁ ସମସ୍ତ ଅଭିଯୋଗରୁ ଖଣ୍ତନ କରାଯାଇଛି । ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି, କିଛି ପରୀକ୍ଷାର୍ଥୀ ୨ କିମ୍ବା ୩ ମାର୍କ ପାଇଁ କ୍ୱାଲିଫାଏ ହୋଇପାରି ନାହାଁନ୍ତି । ସେଥିପାଇଁ ସେମାନେ ଚାହୁଁଛନ୍ତି ଯେ, ତାଙ୍କୁ ସେହି ମାର୍କ ଦିଆଯାଉ ହେଲେ ସେପରି ବ୍ୟବସ୍ଥା ଆମ ପାଖରେ ନାହିଁ । ସମସ୍ତଙ୍କୁ ଠିକ୍ ମାର୍କ ଦିଆଯାଇଛି । କୌଣସି ତ୍ରୁଟି ନାହିଁ ।












Click it and Unblock the Notifications