ଯାତ୍ରା ପାର୍ଟି ସମ୍ମୁଖରେ ଭୁଶୁଡ଼ିଲା ଲୁହାର ଏଣ୍ଟ୍ରି ଗେଟ୍: ୩୦ ଆହତ

ଭୁଶୁଡ଼ିଲା ଲୁହା ଗେଟ୍ । ୩୦ ଆହତ । ସାଲେପୁରରେ ଯାତ୍ରା ପାର୍ଟି ସମ୍ମୁଖରେ ଭୁଶୁଡ଼ିଲା ଲୁହାର ଏଣ୍ଟ୍ରି ଗେଟ୍। ଲୁହାର ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ରୁ ଊର୍ଦ୍ଧ୍ବ ଦର୍ଶକ ଆହତ । ରାଇସୁଙ୍ଗୁଡ଼ା ଶନି ପଡ଼ିଆରେ ଯାତ୍ରା ଆରମ୍ଭ ପୂର୍ବରୁ ଅଘଟଣ। ଦର୍ଶକମାନେ ଟିକେଟ କାଟି ପ୍ରବେଶ କରୁଥିବା ବେଳେ ଅଘଟଣ । ଆହତଙ୍କ ମଧ୍ୟରୁ ୬ ଗୁରୁତର କଟକ ବଡ଼ ମେଡିକାଲ ସ୍ଥାନାନ୍ତର।

କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ ଅଘଟଣ । ଯାତ୍ରା ଆରମ୍ଭରୁ ଭୁଶୁଡିଲା ଲୁହାର ଏଣ୍ଟ୍ରି ଗେଟ୍ । ଚାପି ହୋଇ ଶତାଧିକ ଦର୍ଶକ ଆହତ । ଶନି ପଡ଼ିଆରେ ଯାତ୍ରା ରାଜାରାଣୀ ନାଟକ ପରିବେଷଣ କରୁଥିବା ବେଳେ ଏହି ଅଘଟଣ ଘଟିଛି ।

ଯାତ୍ରା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଦର୍ଶକମାନେ ଟିକେଟ ଯାଞ୍ଚ କରି ଏଣ୍ଟ୍ରି ଗେଟ୍ ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ହଠାତ ଲୁହାର ଏଣ୍ଟ୍ରି ଗେଟଟି ଭୁଶୁଡି ପଡିଥିଲା । ଫଳରେ ଶତାଧିକ ମହିଳା, ପୁରୁଷ ଓ ବୟସ୍କ ସମେତ ଛୋଟ ପିଲା ଗେଟ ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସାଲେପୁର ସମେତ ବିଭିନ୍ନ ମେଡିକାଲରେ ଭର୍ତ୍ତି କରିଥିଲେ ।

Iron entry gate collapsed

ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ଶନି ପଡ଼ିଆରେ ଯାତ୍ରା ସମାବେଶ ବସିଥିବା ବେଳେ ଗତକାଲି ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଦର୍ଶକଙ୍କ ଗହଳି ମଧ୍ୟ ଜମିଥିଲା । ଏତିକିବେଳେ ଦର୍ଶକ ମାନେ ଟିକେଟ୍ କାଟି ପ୍ରବେଶ କରୁଥିବାବେଳେ ହଠାତ୍ ଲୁହା ଏଣ୍ଟ୍ରି ଗେଟଟି ଭୁଶୁଡି ପଡିଥିଲା। ଯାତ୍ରା ଆରମ୍ଭ ଆରମ୍ଭ ପୂର୍ବରୁ ଟିକଟ କାଟି ଦର୍ଶକ ଯାତ୍ରା ହଲ ଭିତରକୁ ପ୍ରବେଶ କରୁଥିବା ବେଳେ ଏଣ୍ଟ୍ରି ଗେଟଟି ଭୁଶୁଡି ପଡିଥିଲା ।

ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ରୁ ଊର୍ଦ୍ଧ୍ବ ଆହତ ଦର୍ଶକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ଅଧିକ ଦର୍ଶକ ଏକାସଙ୍ଗେ ପ୍ରବେଶ କରିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅଘଟଣ ପରେ ଯାତ୍ରାକୁ ବନ୍ଦ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+