IRB ବାଟାଲିଅନ୍‌ରେ ସିପାହୀ କନଷ୍ଟେବଲ୍‌ ନିଯୁକ୍ତି ମାମଲା ; ବୟସ ସୀମାକୁ ୩ ବର୍ଷ କୋହଳ

ଇଣ୍ଡିଆନ ରିଜର୍ଭ ବାଟାଲିଅନ (ଆଇଆରବି) କନେଷ୍ଟବଲ ସିପାହି ନିଯୁକ୍ତି ମାମଲାରେ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ବୟସ ସୀମାକୁ ୩ ବର୍ଷ କୋହଳ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସ ସୀମା କୋହଳ ନେଇ ସରକାରଙ୍କ ସମ୍ମତି ପରେ କୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

odisha high court

ସୂଚନାତାଉ କି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିଥିଲା। ବୟସ ୩ ବର୍ଷ କୋହଳ ନେଇ ନିଷ୍ପତ୍ତି ପରେ କୋର୍ଟଙ୍କୁ ଜଣାଇଥିଲେ AG। ମହାମାରୀ କରୋନା କାରଣରୁ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଆଇଆର୍‌ବି କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା। କରୋନା କାଳ ଅତିକ୍ରମ କଲାପରେ ପ୍ରାୟ ୧୮୦୦ ଆଇଆର୍‌ବି କନ୍‌ଷ୍ଟେବଲ୍‌ ସିପାହି ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ସମୟ ଭିତରେ କେତେଜଣ ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଥିଲା।

ତେବେ ବୟସାଧିକ କାରଣରୁ ବାଦ୍‌ ପଡ଼ିଥିବା କେତେଜଣ ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବା ଲାଗି ଅନୁମତି ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସେମାନଙ୍କ ଆବେଦନକୁ ବିଚାରକରି ଇଣ୍ଟରଭ୍ୟୁରେ ସାମିଲ ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ଇତିମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ବୟସାଧିକ ହେତୁ ମେଧା ତାଲିକାରୁ ବାଦ୍‌ ପଡ଼ିଥିବା ପ୍ରାର୍ଥୀମାନେ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ବୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ପୂର୍ବରୁ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ହୋଇ ନ ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+