ଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ
ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ । ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ ଆରପି କୋଚେ । ଏଡିଜି (ଏସଏପି ) ଆର.ପି କୋଚେଙ୍କୁ ଦିଆଗଲା ତିରିକ୍ତ ଦାୟିତ୍ବ ।
ଭୁବନେଶ୍ବର: ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ । ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ ଆରପି କୋଚେ । ଏଡିଜି (ଏସଏପି ) ଆର.ପି କୋଚେଙ୍କୁ ଦିଆଗଲା ତିରିକ୍ତ ଦାୟିତ୍ବ । ଏବେ ଆଇପିଏସ ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡି କରାଯାଇଛି ।

ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିଥିବା ୧୯୯୨ ବ୍ୟାଚ୍ ଲଳିତ ଦାସ ୨୦୨୧ ଜୁନ୍ ୨୫ତାରିଖରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ । ପଞ୍ଚାୟତ ଓ ପୌର ନିର୍ବାଚନ ଦୃଷ୍ଟିରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିଲା ।












Click it and Unblock the Notifications