ବଦଳିଲେ କଟକ ଓ ଭୁବନେଶ୍ୱର ଡିସିପି
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ବଦଳିଛନ୍ତି କଟକ ଓ ଭୁବନେଶ୍ୱର ଡିସିପି। ପୂର୍ବରୁ କଟକର ଡିସିପି ଥିବା ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି । ସେହିପରି ବ୍ରହ୍ମପୁର ଏସ୍ପି ଥିବା ପିନାକ ମିଶ୍ରଙ୍କୁ କଟକ ଡିସିପି
ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ବଦଳିଛନ୍ତି କଟକ ଓ ଭୁବନେଶ୍ୱର ଡିସିପି। ପୂର୍ବରୁ କଟକର ଡିସିପି ଥିବା ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି । ସେହିପରି ବ୍ରହ୍ମପୁର ଏସ୍ପି ଥିବା ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍ ସିଟିର ଅତିରିକ୍ତ ପୁଲିସ୍ କମିଶନର (ଏସିପି) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

ସ୍ପେଶାଲ ଡିଜି (ସ୍ପେଶାଲ ଆର୍ମଡ ପୁଲିସ୍) ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ଜେଲ୍ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଅଗ୍ନିଶମ ସେବା ଓ ହୋମ୍ ଗାର୍ଡସ ଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏବେ ପରିବହନ କମିଶନର ଥିବା ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି (ଏଡିଜି) ଭାବେ ନୂଆ ନିଯୁକ୍ତି ମିଳିଛି। ତେବେ ପରିବହନ କମିଶନର ଭାବେ ସେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ଟ୍ୱିନ୍ ସିଟି ଅତିରିକ୍ତ ପୁଲିସ୍ କମିଶନର ଥିବା ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ରାଉରକେଲାକୁ ବଦଳି କରାଯାଇଛି।

ସେହିପରି ଅନେକ ଜିଲ୍ଲାର ଏସ୍ପିମାନଙ୍କୁ ବଦଳି କରାଯାଇଛି। ଶ୍ରବଣ ବିବେକ ବ୍ରହ୍ମପୁର ଏସପି, ଅଳିଳାଷ ଜୀ କଳାହାଣ୍ଡି ଏସପି, ସିଦ୍ଧାର୍ଥ କାଟତିଆ ଖୋର୍ଦ୍ଧା ଏସପି, ଅଲେଖ ପହୀ ନୟାଗଡ ଏସପି, ଏସ ସୁଶ୍ରୀ ନବରଙ୍ଗପୁର ଏସପି, ପରମାର ସ୍ମିତ ପରଷୋତ୍ତମଦାସ ହେଲେ ବରଗଡ ଏସପି, ରାହୁଲ ଜୈନ ଝାରସୁଗୁଡା ଏସପି, ଶ୍ରବଣ ବିବେକ ଏମ ବ୍ରହ୍ମପୁର, ଅଭିଳାଷ ଜିଙ୍କୁ କଳାହାଣ୍ଡି ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।














Click it and Unblock the Notifications