ଆଇପିଏସ୍ ସ୍ତରରେ ଅଦଳବଦଳ, ଅଖିଳେଶ୍ୱର ସିଂ ହେଲେ ଜଗତସିଂହପୁର ଏସପି
ଆଜି (ଶୁକ୍ରବାର) ଆଇପିଏସସ୍ତରରେ ଏକ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ୬ ଜିଲ୍ଲାରେ ନୂଆ ପୋଲିସ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ୱର: ଆଜି (ଶୁକ୍ରବାର) ଆଇପିଏସସ୍ତରରେ ଏକ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ୬ ଜିଲ୍ଲାରେ ନୂଆ ପୋଲିସ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

୨୦୦୯ ବ୍ୟାଚ୍ ଆଇପିଏସ ଅଖିଳେଶ୍ୱର ସିଂଙ୍କୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଛି । ସେହିପରି ୨୦୧୩ ବ୍ୟାଚ୍ ଆଇପିଏସ୍ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି, ୨୦୧୫ ବ୍ୟାଚ୍ ଆଇପିଏସ୍ ରାହୁଲ ଜୈନଙ୍କୁ ବରଗଡ଼ ଏସପି, ୨୦୧୫ ବ୍ୟାଚ୍ ଆଇପିଏସ ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି, ୨୦୧୬ ବ୍ୟାଚ୍ ଆଇପିଏସ୍ କେ ଆର ଦ୍ୟାନଦେଓଙ୍କୁ ମୟୂରଭଞ୍ଜ ଏସପି ଓ ୨୦୧୭ ବ୍ୟାଚ୍ ଆଇପିଏସ୍ ପିଏସ ମୀନାଙ୍କୁ ମାଲକାନଗିରି ପୁଲିସ ଏସପି ଭାବେ ବଦଳି କରାଯାଇଛି।
ତେବେ ନୂଆ କରି ନିଯୁକ୍ତି ପାଇଥିବା ଏସପିଙ୍କ ମଧ୍ୟରେ ରହିଛନ୍ତି, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୮ ବ୍ୟାଚ୍ ଆଇପିଏସ ଏସ୍.ଦେବଦତ୍ତ ସିଂ । ତାଙ୍କୁ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି।












Click it and Unblock the Notifications