କଟକ ଗ୍ରାମାଞ୍ଚଳ ଅରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କଲେ ଆଇପିଏସ ଅଧିକାରୀ ପ୍ରତୀକ ସିଂହ
କଟକ ଗ୍ରାମାଞ୍ଚଳ ଅରକ୍ଷୀ ଅଧିକ୍ଷକ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୧୪ ବ୍ୟାଚ ଆଇପିଏସ ଅଧିକାରୀ ପ୍ରତୀକ ସିଂହ। କଟକ ଗ୍ରାମଞ୍ଚଳର ବିଦାୟୀ ଏସପି ଏଲ୍ ଦିବ୍ୟା ଭିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ। ପୂର୍ବରୁ ସେ କଟକ ଓ ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରିଛନ୍ତି।

ସେ କମିଶନରେଟ ପୋଲିସରେ କଟକ ଡ଼ିସିପି ଭାବେ ୨୦୨୦ ମସିହା ଜୁଲାଇ ୨୦ ତାରିଖରୁ ୨୦୨୨ ମସିହା ମେ ୪ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ପରେ ସେ ୨ ବର୍ଷ ୫ ମାସ ଧରି ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲାରେ ଛନ୍ଦି ହୋଇ ଥିବା ପ୍ରତୀକଙ୍କୁ ଗୃହ ବିଭାଗ କଟକ ଗ୍ରାମାଞ୍ଚଳ ଅରକ୍ଷୀ ଅଧିକ୍ଷକ ଭାବେ ବଦଳି କରିଥିଲା. ତେବେ କଟକ ଜିଲ୍ଲା ପୋଲିସ ହେଉଛି ରାଜ୍ୟ ସର୍ବପୁରାତନ ପୋଲିସ ଜିଲ୍ଲା। କଟକ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇବା ତାଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି ପ୍ରତୀକ ସିଂ କହିଛନ୍ତି।












Click it and Unblock the Notifications