For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ । କୋଲକାତାରେ ଚିକିତ୍ସାଧିନ ଅବସ୍ଥାହରେ ଦେହାନ୍ତ ।

|

ଭୁବନେଶ୍ୱର । ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ । ଶୁକ୍ରବାର ରାତି 10.15ରେ ଦେହାନ୍ତ ହୋଇଥିବା ସୂଚନା । 1991 ବ୍ୟାଚର ଆଇପିଏସ୍ ଅଧିକାରୀ ରହିଥିଲେ ଦେବାଶିଷ । କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସପି ଭାବରେ ସେ କାର୍ଯ୍ୟ କରିଥିଲେ ।

ଦେବାଶିଷ ପାଣିଗ୍ରାହୀ

9ଟି ଉପନ୍ୟାସ ଓ 7ଟି କ୍ଷୁଦ୍ରଗଳ୍ପର ରଚୟିତା ଥିଲେ । 2002ରେ ଓଡିଶା ସାହିତ୍ୟ ଏକାଡେମୀର ପୁରଷ୍କାର ପାଇଥିଲେ । 2016 ଡିସେମ୍ବର 25ରୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିଲେ। କିଛି ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ସେ । ଗୁରୁତର ହେବାରୁ ଗତ 8 ତାରିଖରରେ ଇକମୋ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ନିଆଯାଇଥିଲା। ଏକ ସ୍ୱାତନ୍ତ୍ର ଏୟାର ଆମ୍ବୁଲାନ୍ସରେ ତାଙ୍କ କୋଲକାତା ନିଆଯାଉଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPS Debasis Panigrahi Passes Away in Coronavirus while undergo Treatment in Kolkata
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X