Get Updates
Get notified of breaking news, exclusive insights, and must-see stories!

ଏମ୍ସରେ ଚାଲିଛି ଆଇପିଏସ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ; କାଲି ଆସିବ ରିପୋର୍ଟ

ନିଜ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଇବା ନିମନ୍ତେ ଭୁବନେଶ୍ୱରସ୍ଥିତ ଏମ୍‌ସରେ ପହଞ୍ଚିଛନ୍ତି ଆଇପିଏସ୍‌ ଆଶିଷ ସିଂହ । ECIଙ୍କ ନିର୍ଦ୍ଦେଶ କ୍ରମେ AIIMS ଭୁବନେଶ୍ୱର ପକ୍ଷରୁ ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠିତ ହୋଇଛି ।

ପୂର୍ବାହ୍ନ ୮ଟା୩୦ରେ ଆଜି ଆଶିଷ ସିଂହ ଏମ୍ସରେ ପହଞ୍ଚିଥିଲେ। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ତାଙ୍କ ପାଇଁ ଏକ ପ୍ରାଇଭେଟ କ୍ୟାବିନ ବୁକ ହୋଇଥିବା ଜଣାଯାଇଛି।

AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ୬ ଜଣିଆ ବିଶେଷଜ୍ଞଙ୍କୁ ନେଇ ବୋର୍ଡ ଗଠିତ ହୋଇଛି । ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି। ଏହି ବୋର୍ଡ ଆଜି ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ବେଳେ ଆସନ୍ତାକାଲି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିବ ।

IPS Ashish Singh

ରାଜ୍ୟରେ ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗତ ଏପ୍ରିଲ ୨ ତାରିଖରେ ଶ୍ରୀ ସିଂହଙ୍କୁ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ ଆଇଜି ପଦରୁ ହଟାଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନିର୍ବାଚନ କମିଶନଙ୍କ ତାଗିଦ୍ ଓ ବଦଳି ନିର୍ଦ୍ଦେଶ ପରେ ବି ଶ୍ରୀ ସିଂହ ବିଜେଡି ସପକ୍ଷରେ କାର୍ଯ୍ୟ ଜାରି ରଖିଥିବା ଅଭିଯୋଗରେ ଏପ୍ରିଲ ୫ରେ ବିଜେପି ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ପୁଣିଥରେ ଲିଖିତ ଫେରାଦ କରିଥିଲା ।

ଗତକାଲି ଅପରାହ୍ନ ୩ଟା ସୁଦ୍ଧା IPS ଡିଏସ୍ କୁଟ୍ଟେ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ ଅଫିସରେ ଜଏନ୍ କରି ସାରିଛନ୍ତି। ଏବେ ଆଶିଷ ସିଂହଙ୍କ ରିପୋର୍ଟ କ'ଣ ଆସୁଛି ଓ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+