IPL 2023, LSG vs RCB: ଆଜି ବାଙ୍ଗାଲୋର-ଲକ୍ଷ୍ନୌ ମୁକାବିଲା
IPL 2023, LSG vs RCB: ଇଣ୍ଡିଆନ ପ୍ରିମିୟର ଲିଗର ୧୬ ସିଜିନ (ଆଇପିଏଲ 2023) ରେ ଆଜି (ସୋମବାର) ୪୩ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଲକ୍ଷ୍ନୌର ଏକ୍ନା ଷ୍ଟାଡ଼ିୟମରେ ଖେଳାଯିବ । ପ୍ରଥମ ମ୍ୟାଚରେ ଲକ୍ଷ୍ନୌଠୁ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଆରସିବି ।
ଲକ୍ଷ୍ନୌ ଓ ବାଙ୍ଗାଲୋର ମଧ୍ୟରେ ଖେଳା ଯାଇଥିବା ପୂର୍ବ ମ୍ୟାଚରେ ଶେଷ ବଲରେ ବିଜୟୀ ହୋଇଥିଲା LSG । ତେଣୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର । ପ୍ଲେ ଅଫରେ ସ୍ଥାନ ବଜାୟ ରଖିବାକୁ ହେଲେ ବାଙ୍ଗାଲୋର ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଲକ୍ଷ୍ନୌ ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ଚଳିତ ଆଇପିଏଲରେ ଲକ୍ଷ୍ନୌ ଦଳଗତ ସର୍ବାଧିକ ସ୍କୋର ହାସଲ କରିଛି । ତେଣୁ ବାଙ୍ଗାଲୋର ବିପକ୍ଷରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ସୁପର ଜାଏଣ୍ଟ୍ସ ୮ଟି ମ୍ୟାଚ୍ ଖେଳି ୫ ବିଜୟ ସହ ମୋଟ ୧୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ପୂର୍ବ ମ୍ୟାଚ୍ରେ ଦଳ ପଞ୍ଜାବ କିଙ୍ଗ୍ସକୁ ୫୬ରନ୍ରେ ହରାଇଥିଲା । ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି । ଷ୍ଟାର୍ ଅଲରାଉଣ୍ଡର ଷ୍ଟୋନିସ୍ ପୂର୍ବ ମ୍ୟାଚ୍ରେ ଆହତ ହୋଇଥିଲେ । ଏହା ଦଳକୁ ଚିନ୍ତିତ କରିଛି । ଆସନ୍ତାକାଲି ସେ ଦଳରୁ ବାଦ୍ ପଡ଼ିବା ସମ୍ଭାବନା ରହିଛି । ୱେଷ୍ଟଇଣ୍ଡିଜ୍ର ଦୁଇ ବ୍ୟାଟର ପୂରନ ଏବଂ କେଲି ମେୟର୍ସ ଜବରଦସ୍ତ ଫର୍ମରେ ରହିଛନ୍ତି । ଉଭୟ ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇ ପାରନ୍ତି ।
ସେହିପରି ରୟାଲ୍ ଚ୍ୟାଲେଞ୍ଜର୍ସ ୮ଟି ମ୍ୟାଚ୍ରୁ ୪ଟିରେ ବିଜୟ ସହ ୮ ପଏଣ୍ଟ ପାଇଛି । ଦଳ ତା'ର ପୂର୍ବ ମ୍ୟାଚ୍ରେ ନାଇଟ୍ ରାଇଡର୍ସ ନିକଟରୁ ୨୧ରନରେ ପରାଜିତ ହୋଇଥିଲା । ୪ ଦିନ ବିଶ୍ରାମ ମିଳିଥିବାରୁ ଦଳୀୟ ଖେଳାଳି ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ତେବେ ଏହି ରୋମାଞ୍ଚକର ମ୍ୟାଚରେ ବାଧକ ସାଜିପାରେ ବର୍ଷା । ରବିବାର ପ୍ରବଳ ବର୍ଷା କାରଣରୁ ବାଙ୍ଗାଲୋର ଦିନ ତମାମ ଅଭ୍ୟାସ କରିପାରିନଥିଲା । କିନ୍ତୁ ସନ୍ଧ୍ୟାରେ ବର୍ଷା ଛାଡିବା ପରେ ଦୀର୍ଘ ସମୟ ଧରି ପଡିଆରେ ଅଭ୍ୟାସ କରିଥିଲେ ବାଙ୍ଗାଲୋରର ଖେଳାଳୀ । ଅନ୍ୟପଟେ ପଞ୍ଜାବକୁ ବଡ ବ୍ୟବଧାନରେ ପରାଜିତ କରି ଦୃଢ ମନୋବଳ ନେଇ ହୋମଗ୍ରାଉଣ୍ଡକୁ କମବ୍ୟାକ କରିଛି ଲକ୍ଷ୍ନୌ । ରବିବାର ଲକ୍ଷ୍ ନୌରେ ବର୍ଷା ହୋଇଥିବା ବେଳେ ସୋମବାର ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏଭଳିସ୍ଥଳେ ବର୍ଷା ଯଦି ନ ହୁଏ ତେବେ ଲକ୍ଷ୍ନୌରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ।












Click it and Unblock the Notifications