ଆଇପିଏଲ 2022: ଶେଷ ଲିଗ ଲଢେଇରେ ଟସ୍ ଜିତିଲା ଲକ୍ଷ୍ନୌ
ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
ମୁମ୍ବାଇ: ଚଳିତ ଆଇପିଏଲ 2022 ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ନିଜ ନିଜର ଶେଷ ମ୍ୟାଚ ଖେଳୁଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚ୍ ଜିତିଲେ ଲକ୍ଷ୍ନୌ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବ। ହାରିଲେ ବି ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ ନାହିଁ। କିନ୍ତୁ ଦିଲ୍ଲୀ ଓ ଆରିସିବି ଯଦି ନିଜ ନିଜ ମ୍ୟାଚ୍କୁ ବୃହତ୍ତ ବ୍ୟବଧାନରେ ଜିତି ନିଅନ୍ତି, ତା'ହେଲେ ଲକ୍ଷ୍ନୌ ଟପ୍ ୪ରୁ ବାଦ ପଡ଼ିଯିବ। ଏବେ ଲକ୍ଷ୍ନୌ ପାଖରେ ୧୬ ପଏଣ୍ଟ ରହିଛି। ତେଣୁ ଆଜିର ମ୍ୟାଚ୍ ଜିତିଲେ ଦଳ ଟପ୍ ୨ରେ ରହିପାରିବ।
ଅନ୍ୟପକ୍ଷରେ କୋଲକାତା ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍ରେ ହାରିଲେ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ। ସେହିପରି ଜିତିଲେ ମଧ୍ୟ ଦିଲ୍ଲୀ, ହାଇଦ୍ରାବାଦ ଓ ଆରସିବି ମ୍ୟାଚ୍ ଉପରେ ଟିମ୍ର ଭାଗ୍ୟ ନିର୍ଭର କରିବ।












Click it and Unblock the Notifications