For Quick Alerts
Turn On Notification  
For Daily Alerts
Oneindia App Download

IPL 2021, CSK vs PBKS: ଚେନ୍ନାଇର ପଞ୍ଝା ମାଡରେ ଚିତପଟାଙ୍ଗ ପଞ୍ଜାବ

ପ୍ରଥମ ମ୍ୟାଚରେ ପରାଜୟର ସ୍ବାଦ ଚାଖିବା ପରେ ଜବରଦସ୍ତ ପ୍ରଦର୍ଶନ କରିଛି ଚେନ୍ନାଇ ଥାଲ୍ଲାଙ୍କ ଚେନ୍ନାଇ ସୁପରକିଙ୍ଗ୍ସ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

|

ମୁମ୍ବାଇ: ଆଇପିଏଲ 2021 ର 8ମ ମ୍ୟାଚ ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଇଥିଲା । ଯେଉଁଠି ପ୍ରଥମ ମ୍ୟାଚରେ ପରାଜୟର ସ୍ବାଦ ଚାଖିବା ପରେ ଜବରଦସ୍ତ ପ୍ରଦର୍ଶନ କରିଛି ଚେନ୍ନାଇ ଥାଲ୍ଲାଙ୍କ ଚେନ୍ନାଇ ସୁପରକିଙ୍ଗ୍ସ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଯାହାକୁ ସଠିକ୍ ପ୍ରାମାଣିତ କରି ଦେଖାଇଥିଲେ ଦୀପକ ଚହର ।

CSK vs PBKS

ଚମକିଲେ ଚହର

ଆଜି ପଞ୍ଜାବର ପାଳିରେ ଆରମ୍ଭକୁ ଚୁରମାର କରି ଦେଲେ ଚହର । ମାତ୍ର 26ରନ ମଧ୍ଯରେ କିଙ୍ଗ୍ସ ପଞ୍ଜାବର 4 ବ୍ୟାଟ୍ସମ୍ୟାନଙ୍କୁ ପାଭେଲିଅନ ପଠାଇ ସାରିଥିଲେ ଚହର । ଏହା ମଧ୍ୟରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ (7 ବଲ, 5ରନ ) ଙ୍କ ରନ ଆଉଟ ପାଇଁ ଟଳମଳ ହୋଇ ପଡିଲା ଦଳୀୟ ପାଳି । ପରେ ଯୁବ ବ୍ୟାଟ୍ସମ୍ୟାନ ଶାହାରୁଖାନ ଝା ରିଚାର୍ଡସନଙ୍କ ସହ ମିଶି ପାଳି ସମ୍ଭାଳିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ 8 ୱିକେଟ ହରାଇ 106 ରନ କରି ପାରିଲା ପଞ୍ଜାବ । ସିଏସକେ ପକ୍ଷରୁ ଚହର 4, ସାମ କରନ, ବ୍ରାଭୋ ଓ ମୋଇନୀ ଅଲ୍ଲୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ପଞ୍ଜାବକୁ ଚିତପଟାଙ୍ଗ କଲା ଚେନ୍ନାଇ

ତେବେ ଅତି ସହଜ ବିଜୟ ଲକ୍ଷ୍ୟର ପଶ୍ଚାତଧାବନ କରି 4 ୱିକେଟ ବିନିମୟରେ ମ୍ୟାଚ ଜିତି ନେଲା ସିଏସକେ । ଆରମ୍ଭକୁ ଡୁ ପ୍ଲେସିସ୍ ଓ ଗାଇକ୍ୱାର୍ଡ ଧିମା ଖେଳିଥିଲେ । ତେବେ ପୁଣି ଏକ ଭଲ ପ୍ରଦର୍ଶନ ଦେଖାବାରୁ ବଞ୍ଚିତ ହେଲେ ଗାଇକ୍ୱାର୍ଡ । 16 ବଲରେ ମାତ୍ର 5 ରନ କରି ଦୀପକ ହୁଡ୍ଡାଙ୍କ ହାତରେ କ୍ୟାଚ ଦେଇ ବସିଲେ ଋତୁରାଜ । ତେବେ ଚେନ୍ନାଇ ପାଇଁ ମୋଇନ ଅଲ୍ଲୀ ସର୍ବାଧିକ 46 ରନ କରିଥିବା ବେଳେ 36 ରନ କରିଛନ୍ତି ଫାପ୍ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL 2021, CSK vs PBKS: Chennai Super Kings won by 6 wickets
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X