IPL 2021, CSK vs PBKS: ଚେନ୍ନାଇର ପଞ୍ଝା ମାଡରେ ଚିତପଟାଙ୍ଗ ପଞ୍ଜାବ
ପ୍ରଥମ ମ୍ୟାଚରେ ପରାଜୟର ସ୍ବାଦ ଚାଖିବା ପରେ ଜବରଦସ୍ତ ପ୍ରଦର୍ଶନ କରିଛି ଚେନ୍ନାଇ ଥାଲ୍ଲାଙ୍କ ଚେନ୍ନାଇ ସୁପରକିଙ୍ଗ୍ସ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।
ମୁମ୍ବାଇ: ଆଇପିଏଲ 2021 ର 8ମ ମ୍ୟାଚ ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଇଥିଲା । ଯେଉଁଠି ପ୍ରଥମ ମ୍ୟାଚରେ ପରାଜୟର ସ୍ବାଦ ଚାଖିବା ପରେ ଜବରଦସ୍ତ ପ୍ରଦର୍ଶନ କରିଛି ଚେନ୍ନାଇ ଥାଲ୍ଲାଙ୍କ ଚେନ୍ନାଇ ସୁପରକିଙ୍ଗ୍ସ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଯାହାକୁ ସଠିକ୍ ପ୍ରାମାଣିତ କରି ଦେଖାଇଥିଲେ ଦୀପକ ଚହର ।

ଚମକିଲେ ଚହର
ଆଜି ପଞ୍ଜାବର ପାଳିରେ ଆରମ୍ଭକୁ ଚୁରମାର କରି ଦେଲେ ଚହର । ମାତ୍ର 26ରନ ମଧ୍ଯରେ କିଙ୍ଗ୍ସ ପଞ୍ଜାବର 4 ବ୍ୟାଟ୍ସମ୍ୟାନଙ୍କୁ ପାଭେଲିଅନ ପଠାଇ ସାରିଥିଲେ ଚହର । ଏହା ମଧ୍ୟରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ (7 ବଲ, 5ରନ ) ଙ୍କ ରନ ଆଉଟ ପାଇଁ ଟଳମଳ ହୋଇ ପଡିଲା ଦଳୀୟ ପାଳି । ପରେ ଯୁବ ବ୍ୟାଟ୍ସମ୍ୟାନ ଶାହାରୁଖାନ ଝା ରିଚାର୍ଡସନଙ୍କ ସହ ମିଶି ପାଳି ସମ୍ଭାଳିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ 8 ୱିକେଟ ହରାଇ 106 ରନ କରି ପାରିଲା ପଞ୍ଜାବ । ସିଏସକେ ପକ୍ଷରୁ ଚହର 4, ସାମ କରନ, ବ୍ରାଭୋ ଓ ମୋଇନୀ ଅଲ୍ଲୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ପଞ୍ଜାବକୁ ଚିତପଟାଙ୍ଗ କଲା ଚେନ୍ନାଇ
ତେବେ ଅତି ସହଜ ବିଜୟ ଲକ୍ଷ୍ୟର ପଶ୍ଚାତଧାବନ କରି 4 ୱିକେଟ ବିନିମୟରେ ମ୍ୟାଚ ଜିତି ନେଲା ସିଏସକେ । ଆରମ୍ଭକୁ ଡୁ ପ୍ଲେସିସ୍ ଓ ଗାଇକ୍ୱାର୍ଡ ଧିମା ଖେଳିଥିଲେ । ତେବେ ପୁଣି ଏକ ଭଲ ପ୍ରଦର୍ଶନ ଦେଖାବାରୁ ବଞ୍ଚିତ ହେଲେ ଗାଇକ୍ୱାର୍ଡ । 16 ବଲରେ ମାତ୍ର 5 ରନ କରି ଦୀପକ ହୁଡ୍ଡାଙ୍କ ହାତରେ କ୍ୟାଚ ଦେଇ ବସିଲେ ଋତୁରାଜ । ତେବେ ଚେନ୍ନାଇ ପାଇଁ ମୋଇନ ଅଲ୍ଲୀ ସର୍ବାଧିକ 46 ରନ କରିଥିବା ବେଳେ 36 ରନ କରିଛନ୍ତି ଫାପ୍ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications