ଭୁବନେଶ୍ୱରରରେ ଲାଗିବ ଆଇପି କ୍ୟାମେରା: କମିଶନରେଟ ପୋଲିସ ତତ୍ପର

ରାଜଧାନୀରେ ନାହିଁ ଅତ୍ୟାଧୁନିକ କ୍ୟାମେରା। ଅତ୍ୟାଧୁନିକ କ୍ୟାମେରା ବ୍ୟବସ୍ଥା ନ ଥିବାରୁ ଲୁଟେରାମାନଙ୍କୁ ପୋଲିସ ସହଜରେ ଚିହ୍ନଟ କରିପାରୁ ନାହିଁ । ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ ଏଥିରେ ରୋକ ଲଗାଇବାକୁ କମିଶନରେଟ ପୋଲିସ ତତ୍ପର ହୋଇଛି। ଆପାର୍ଟମେଣ୍ଟଗୁଡ଼ିକରେ ଅତ୍ୟାଧୁନିକ ଇଣ୍ଟରନେଟ ପ୍ରୋଟୋକଲ(ଆଇପି) କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ଶନିବାର ଏକ ଭିଡିଓ ଜାରି କରି ପରାମର୍ଶ ଦେଇଛନ୍ତି। ଏହାସହ ଏସମ୍ପର୍କରେ ଏକ ଗାଇଡ୍‌ଲାଇନ ଜାରି କରାଯାଇଥିବାବେଳେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏଶନ୍‌ସ (ଆର୍‌ଡବ୍ଲ୍ୟୁଏ)ର ସହଯୋଗ ଲୋଡ଼ା ଯାଇଛି।

ଆପାର୍ଟମେଣ୍ଟ ପରିସରର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଏହି ଆଇପି କ୍ୟାମେରା ଲଗାଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଏହାର ସମସ୍ତ ତଥ୍ୟ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ୍‌କୁ ଶେୟାର କରିବା ସହ ସଂଯୋଗ କରିବାକୁ କୁହାଯାଇଛି। ଏହାଦ୍ୱାରା ପୋଲିସ ତୁରନ୍ତ ଘଟଣାର ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାରେ ସହଜ ହୋଇପାରିବ।

IP cameras t

ସୂଚନା ଅନୁସାରେ, ଗତ ୧୦ ମାସ ମଧ୍ୟରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଚୋରି ମାମଲାର ରିପୋର୍ଟ ହୋଇଛି। ଏହି ଚୋରି ଘଟଣାରେ ୨୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେବି ବହୁ ଅପରାଧୀ ଫେରାର ରହିଛନ୍ତି। ତେଣୁ ସମସ୍ତ ଅଭିଯୋଗର ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ଏକ ଟିମ୍‌ ମଧ୍ୟ ଗଠନ କରାଯାଇଛି ବୋଲି ପୋଲିସ କମିଶନର ସିଂ ସୂଚନା ଦେଇ କହିଛନ୍ତି। ସେହିପରି ଚୋରି ମାମଲାରେ ଯଦି କୌଣସି ସୂଚନା କିମ୍ବା ଅଭିଯୋଗ ଥାଏ, ତେବେ ହ୍ବାଟ୍‌ସଆପ୍‌ ନମ୍ବର ୭୦୭୭୭୯୮୧୧୧ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ହାଇଟେକ ପ୍ଲାଜା ଆପାର୍ଟମେଣ୍ଟର ପୂର୍ବତନ ସଭାପତି ବିନୋଦ କୁମାର ପଣ୍ଡାଙ୍କ କହିବା ହେଲା, ଆଇପି କ୍ୟାମେରା ଲଗାଇବା ପ୍ରସ୍ତାବକୁ ନେଇ ବିଭିନ୍ନ ଆପାର୍ଟମେଣ୍ଟ ସୋସାଇଟି ସହ ଗତ ଫେବୃଆରୀରେ କମିଶନରେଟ ପୋଲିସ ସହ ବୈଠକ ହୋଇଥିଲା। ସୋସାଇଟିର ସଦସ୍ୟମାନେ ଏହାକୁ ସ୍ବାଗତ କରିଥିଲେ। କିଛି ଆପାର୍ଟମେଣ୍ଟରେ ମଧ୍ୟ ଲାଗି ସାରିଛି। ଆଉ ଯେଉଁ ଆପାର୍ଟମେଣ୍ଟରେ ଏହି କ୍ୟାମେରା ବ୍ୟବସ୍ଥା ଲାଗି ନାହିଁ, ସେମାନେ ତୁରନ୍ତ ଲଗାଇବା ଆବଶ୍ୟକ।

ଇଣ୍ଟରନେଟ ପ୍ରୋଟୋକଲ ଅର୍ଥାତ୍‌ ଆଇପି ହେଉଛି ଏକ ଅତ୍ୟାଧୁନିକ ଡିଜିଟାଲ୍‌ ଭିଡିଓ କ୍ୟାମେରା। ଏହା ଡାଟା ରିସିଭ କରିବା ସହ ଆଇପି ନେଟଓ୍ବର୍କ ଜରିଆରେ ଫଟୋ ପଠାଇଥାଏ। ସାଧାରଣ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ହେଉଥିବା ଚିତ୍ରଠାରୁ ଏହା ଅଧିକ ସ୍ପଷ୍ଟ। ଏଥିରେ ଉତ୍ତୋଳିତ ହେଉଥିବା ଚିତ୍ର ଏବଂ ତଥ୍ୟ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ୍‌ ସହ ସଂଯୋଗ ରହିବ। ଏସିପି କେ. କେ. ହରିପ୍ରସାଦଙ୍କ ମୋବାଇଲ ନମ୍ବର ୭୬୦୬୦୬୬୭୬୬ରେ ଲିଙ୍କ୍‌ ରହିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+