ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦୁବାଇରୁ ଛୁଟିଲା ନିବେଶରଙ୍କ ସୁଅ, ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ ହଜାର କୋଟି
ଦୁବାଇ ଇନଭେଷ୍ଟର୍ସ ମିଟରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଛୁଟିଲା ନିବେଶକଙ୍କ ସୁଅ । ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ରାଜ୍ୟରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ।
ଭୁବନେଶ୍ୱର: ଦୁବାଇ ଇନଭେଷ୍ଟର୍ସ ମିଟରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଛୁଟିଲା ନିବେଶକଙ୍କ ସୁଅ । ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ରାଜ୍ୟରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି ରାଜ୍ୟରେ ଏହି ପରିମାଣର ପୁଞ୍ଜିନିବେଶ କରାଗଲା, ତେବେ ରାଜ୍ୟରେ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ଆଜି ଦୁବାଇରେ ଆୟୋଜିତ ହୋଇଥିଲା ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ରହିଛି । ଓଡ଼ିଶାରେ ବିପୁଳ ଖଣିଜ ସଂପଦ ଥିବାବେଳେ ରହିଛି ଦୀର୍ଘ ଉପକୂଳ ଓ କୁଶଳୀ ମନବ ସମ୍ବଳ । ଏଣୁ ବିଶ୍ବର ନିବେଶକମାନେ ଓଡ଼ିଶାରେ ନିବେଶ କରନ୍ତୁ ବୋଲି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ ଇନ ଓଡ଼ିଶା ଗ୍ଲୋବାଲ ଇନଭେଷ୍ଟର ମିଟ୍-୨୦୨୨ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ) ନିବେଶକମାନଙ୍କୁ ଆମନ୍ତ୍ରିତ କରିଛନ୍ତି ।
ଗତଦୁଇ ବର୍ଷ କରୋନା ସତ୍ତ୍ବେ ଓଡ଼ିଶା ପୁଞ୍ଜିନିବେଶ ବନ୍ଦ କରିନାହିଁ। ଖଣିଜ ପଦାର୍ଥ, ମାନବ ସମ୍ବଳ, ଦକ୍ଷ ତଥା ପ୍ରଭାବଶାଳୀ ବିନିଯୋଗ ସୁବିଧା ତଥା ଓଡିଶାର ପ୍ରଗତିଶୀଳ ନୀତି ଓ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଛନ୍ତି। ଦେଶରେ ମିଳୁଥିବା କ୍ରୋମାଇଟ୍ ଭଣ୍ଡାରର ୯୬ ପ୍ରତିଶତ,୯୨ ପ୍ରତିଶତ ନିକେଲ୍, ୫୩ ପ୍ରତିଶତ ବକ୍ସାଇଟ୍, ୪୫ ପ୍ରତିଶତ ମାଙ୍ଗାନିଜ୍, ୩୫ ପ୍ରତିଶତ ଲୁହାପଥର ଏବଂ ୨୩ ପ୍ରତିଶତ କୋଇଲା ଓଡ଼ିଶାରେ ରହିଛି। ଭାରତରେ ଯେତେ ଖଣିଜ ସମ୍ପଦ ରହିଛି ତାହାର ସିଂହ ଭାଗ ଓଡ଼ିଶା ପାଖରେ ରହିଛି। ଏହା ଭାରତରେ ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍, ଫେରୋ ଆଲୋଇସ୍, ଆଲୁମିନା ଏବଂ ଆଲୁମିନିୟମ୍ ର ସର୍ବ ବୃହତ ଉତ୍ପାଦକ ହୋଇପାରିଛି । ଓଡ଼ିଶାରେ ମଧ୍ୟ ଭାରତର ୧୧ ପ୍ରତିଶତ ଜଳସମ୍ପଦ ରହିଛି। ରାଜ୍ୟରେ୪୮୦ କିଲୋମିଟର ଲମ୍ବା ଉପକୂଳ ଅଛି ଯାହା ବନ୍ଦର ସ୍ଥାପନ ତଥା ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ପ୍ରଥମ ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ଶିଳ୍ପାୟନକୁ ନୂଆ ଦିଗ ଦେବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଦୁବାଇରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍'ରେ ଯୋଗ ଦେଇଛନ୍ତି। ଶିଳ୍ପ ଅନୁକୂଳ ବାତାବରଣକୁ ଦୃଷ୍ଟିରେ ରଖି ଏଥିରେ ଆସିଥିବା ନିବେଶ ପ୍ରସ୍ତାବ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବ। #MakeInOdishaDubai pic.twitter.com/6a2Bsrh7k5
— Biju Janata Dal (@bjd_odisha) June 29, 2022
ଦୁବାଇଠାରେ ଅନୁଷ୍ଠିତ ହେଉଥିବା ନିବେଶକ ସମ୍ମିଳନୀକୁ ଫିକି ଓ ୟୁଏଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ୟୁଏଇ ଓ ମିନା ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ)ର ପ୍ରାୟ ୧୫୦ଟି କମ୍ପାନି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାରୁ ଏକ ବଡ଼ ପ୍ରତିନିଧିମଣ୍ଡଳୀ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏଥିରେ ସରକାରୀ ବିଭାଗ ଓ ଶିଳ୍ପଜଗତର ପ୍ରତିନିଧିମାନେ ଅଛନ୍ତି । ଏହି ଅବସରରେ ଟିମ ଓଡ଼ିଶା ପକ୍ଷରୁ ଏକ 'ବିଟୁବି' (ବିଜନେସ ଟୁ ବିଜନେସ) ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ଅନ୍ୟପଟେ ଦୁବାଇ ନିବେଶକ ସମ୍ମିଳନୀରେ ତବ୍ରିଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ ଅଲ୍ ହମ୍ମାଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତବ୍ରିଦ ଗ୍ରୁପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ ହୋଇଛି । ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି ତାବ୍ରିଡ ଗ୍ରୁପ । ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏନବିଟିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି । କୁଏତର ଏମବିଟିସି କମ୍ପାନୀର ପାର୍ଟନର ଓ ପରିଚାଳନା ନିର୍ଦ୍ଦେଶକ କେ ଜି ଆବ୍ରାହାମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ କମ୍ପାନୀ ଏହି ଘୋଷଣା କରିଛି । ୟୁରିଆ ପ୍ଲାଣ୍ଟ ସ୍ଥାପନ ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କା ନିବେଶ କରିବ । ଏମିବିଟିସିକୁ ମଧ୍ୟ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।












Click it and Unblock the Notifications