ଆସନ୍ତା ୨୯ ତାରିଖରେ ଦୁବାଇଠାରେ ଓଡିଶା ପୁଞ୍ଜିନିବେଶର ପଡ଼ିବ ମୂଳଦୁଆ

5T ଉପକ୍ରମ ରାଜ୍ଯର ଶିଳ୍ପାୟନକୁ ଏକ ନୂଆ ଉଚ୍ଚତାକୁ ନେଇଥିବା ବେଳେ କୋଭିଡ୍‌ ମହାମାରୀ ପରେ ବ୍ୟାପକ ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି ।

ଭୁବନେଶ୍ବର: 5T ଉପକ୍ରମ ରାଜ୍ଯର ଶିଳ୍ପାୟନକୁ ଏକ ନୂଆ ଉଚ୍ଚତାକୁ ନେଇଥିବା ବେଳେ କୋଭିଡ୍‌ ମହାମାରୀ ପରେ ବ୍ୟାପକ ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି । ଏପରିସ୍ତଳେ ଆସନ୍ତା ୨୯ ତାରିଖ ଦିନ ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଥୁବା ନିବେଶକ ସମ୍ମିଳନୀ ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଆହୁରି ତ୍ଵରାନିତ କରିବ ବୋଲି ମତ ପ୍ରକାଶ ପାଇଛି ।

Investor Conference

ଦୁବାଇ ବିଶ୍ଵର ସର୍ବୋତ୍ତମ ବାଣିଜ୍ୟ ହବ୍‌ ହୋଇଥିବା ବେଳେ ଆଇଟି, ତୈଳ, ରପ୍ତାନୀ, ଇସ୍ନାତ, ରିୟର ଇଷ୍ଟେଟ୍‌, ବ୍ୟାଙ୍କି ସଂସ୍ଥାଙ୍କ
ଅଭାବ ନାହିଁ। ଗୋଟିଏ ପଟେ ଓଡ଼ିଶାରେ ସହଜରେ ବ୍ୟବସାୟ ବାତାବରଣ ସକାରାତ୍ମକ ସୁଯୋଗ ସୃଷ୍ଟି କରୁଥିବା ବେଳେ ଅନ୍ୟ ପଟେ ଦୁବାଇରେ ଗୋଟିଏ ଛାତ ତଳେ ଏକତ୍ରିତ ବିଶ୍ବ ଶିଳ୍ପପତିଙ୍କୁ ଆକୃଷ୍ଣ କରିବା ସହଜ ହେବ ବୋଲି କୁହାଯାଉଛି। ଅନ୍ୟପଟେ ଓଡ଼ିଶାରେ
ପୁଞ୍ଜବିନିଯୋଗ କରିଥିବା କର୍ପୋରେଟ୍‌ ସଂସ୍ଥା ମଧ୍ୟ ଦୁବାଇକୁ ନିବେଶକ ସମ୍ମିଳନୀକୁ ନିମନ୍ତ୍ରିତ ହୋଇଛନ୍ତି ।

ମିଲିଥିବା ସୂଚନା ଅନୁସାରେ ଦୁବାଇ ସମ୍ମିଳନୀରେ ପେଟ୍ରୋକେମିକାଲ୍ଲ ସୂଚନା ପ୍ରଯୁକ୍ତି, ଖାଦ୍ଯ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ପ୍ରସାଧନ, ଭାରୀ ଉଦ୍ୟୋଗ, ପର୍ଯ୍ୟଟନ ଏମ୍‌ଏସ୍‌ଏମ୍‌ଇ ଆଦି କ୍ଷେତ୍ରରୁ ପୁଞ୍ଜି ନିବେଶକଙ୍କୁ ଓଡ଼ିଶା ଆଣିବା ପାଇଁ ଉଦ୍ୟମ କରାଯିବ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସବୁ ପ୍ରକାର ସୁଯୋଗ ରହିଥିବା ବେଳେ କେବଳ ଉପଯୁକ୍ତ ଉପସ୍ଥାପନ ରାଜ୍ୟର ଶିଳ୍ପାୟନକୁ ସମୃଦ୍ଧ କରିପାରିବ ବୋଲି କୁହାଯାଉଛି ।
ନିକଟ ଅତୀତରେ ରାଜ୍ୟ ସରକାରଙ୍କ ସିଙ୍ଗଲ୍‌ ଓଣ୍ଡୋ ଅନୁମୋଦନ କମିଟି ବ୍ୟାପକ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ରୋମ୍‌ ସ୍ଥିତ ମିଳିତ ଜାତି ସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ
ଖାଦ୍ୟ ସୁରକ୍ଷାରେ ସଫଳତା ସମ୍ପର୍କରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବିଦେଶ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ନେତା ଏବଂ କର୍ପୋରେଟ୍‌ ସଂସ୍ଥାର ମୁଖ୍ୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ବେଲଜିୟମ୍‌ ନେଦରଖ୍ୟାଣ୍ଡ ଜର୍ମାନୀ, ଇଟାଲୀ ସମେତ ମଧ୍ୟ ପ୍ରାନ୍ସର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସବୁ ଦୃଷ୍ଟିରୁ ବିଚାର କଲେ ରାଜ୍ୟରେ ଅଧୁକ ପଞ୍ଜି ନିବେଶ ପାଇଁ ସୁଯୋଗ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+