ଓଡ଼ିଶାରେ ୩୮୯୮ କୋଟି ପୁଞ୍ଜିନିବେଶକୁ ମଞ୍ଜୁରୀ, ୧୧ ଜିଲ୍ଲାରେ ୭୪୬୪ରୁ ଅଧିକ ନିଯୁକ୍ତି

ଓଡ଼ିଶା ସରକାରଙ୍କ ୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସଡବ୍ଲୁଏ ବୈଠକ ଅନୁଷ୍ଠିତ ହୋଇଛି । ଏସଏଲଏସଡବ୍ଲୁଏରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହା ରାଜ୍ୟର କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ପ୍ରସ୍ତାବଗୁଡ଼ିକରେ ରାଜ୍ୟରେ ୭,୪୬୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

Investment of Rs 3898 crore approved in Odisha

୪ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ପ୍ରସ୍ତାବ:

ମଂଜୁରୀପ୍ରାପ୍ତ ପ୍ରସ୍ତାବଗୁଡ଼ିକ ଇସ୍ପାତ, ଲୌହ ଓ ଫେରୋ ଆଲଏଜ, ଶିଳ୍ପ-ଗ୍ୟାସ, ଲଜିଷ୍ଟିକ୍ସ, ଖାଦ୍ୟ ଓ ପାନୀୟ, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଆତିଥେୟତା, ରାସାୟନିକ ପଦାର୍ଥ, ଧାତୁ, ପୋଷାକ ଓ ଟେକ୍ସଟାଇଲ ପ୍ରକଳ୍ପ ରହିଛି । ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଓଡ଼ିଶାର ଇସ୍ପାତ, ଲୌହ ଓ ଫେରୋ ଆଲଏଜ କ୍ଷେତ୍ରରେ ରାଜ୍ୟର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି ।

କେତେ ନିଯୁକ୍ତି ସୃଷ୍ଟି ହେବ ?
ଟାଟା ଷ୍ଟିଲ ଏହାର ଅଶୋଧିତ ଇସ୍ପାତ କ୍ଷମତାକୁ ପ୍ରସ୍ତାବିତ ୬.୫ ଏମଟିପିଏରୁ ୭.୧ ଏମଟିପିଏକୁ ବୃଦ୍ଧି କରିବାକୁ ଯାଉଛି । ଅତିରିକ୍ତ ୭୦୦ କୋଟି ଟଙ୍କା ନିବେଶ ହେବ । ଯାହା ଦ୍ୱାରା ୩୭୫ ନୂତନ ନିଯୁକ୍ତି ସୃଷ୍ଟି ହେବ । କେନ୍ଦୁଝରରେ ଶ୍ରୀ ମେଟାଲିକ୍ସ ଲିମିଟେଡ ଏହାର ସମନ୍ୱିତ ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ୮୮୫ କୋଟି ଟଙ୍କା ବିନିଯୋଗ କରିବ । ଏଥିରେ ୯୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଲାଲ ବାବା ସିମଲେସ ଟ୍ୟୁବସ ପ୍ରାଇଭେଟ ଲିମିଟେଡ କଟକରେ ୨୦୦ କୋଟି ଟଙ୍କାର ଟ୍ୟୁବ ଉତ୍ପାଦନ କାରଖାନା ସ୍ଥାପନ କରିବ । ଫଳରେ ୫୦୦ ନିଯୁକ୍ତି ସୃଷ୍ଟି ହେବ । ସୁର୍ଲନ ଇଣ୍ଡିଆ ଲିମିଟେଡ ସୁନ୍ଦରଗଡ଼ରେ ୫୫ କୋଟି ଟଙ୍କାର ରେଳବାଇ ଯନ୍ତ୍ରାଂଶ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ଏକ ହଜାର ନିଯୁକ୍ତି ସୃଷ୍ଟି କରିବ । ଏହି ପ୍ରକଳ୍ପଗୁଡ଼ିକ ଧାତୁ ଏବଂ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିବ ।

ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ର ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ ଓ କୋରାପୁଟରେ ୬ଟି ପ୍ରକଳ୍ପକୁ ଆକର୍ଷିତ କରିଛି । ବୀରେନ୍ଦ୍ର ହୋଟେଲର ୧୦୫ କୋଟି ଟଙ୍କାର ରିସୋର୍ଟ ଏବଂ ୪ ତାରକା ହୋଟେଲ, ୯୯.୮୬ କୋଟି ଟଙ୍କାର ସ୍ପେକ ବ୍ରୁ ହୋଟେଲ, ୮୬.୭୩ କୋଟି ଟଙ୍କାର ସୂର୍ଯ୍ୟ ଇକୋ ରିସୋର୍ଟ, ୮୦ କୋଟି ଟଙ୍କାର ଟେସ୍କୋ ହୋଟେଲ ଆଣ୍ଡ ମଲ ଇନଫ୍ରା-ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ, ୭୮ କୋଟି ଟଙ୍କାର ସତ୍ୱା ଓଲିଓ ପ୍ରାଇଭେଟ ଲିମିଟେଡ ଏବଂ ୫୫.୫୦ କୋଟି ଟଙ୍କାର ଟିକେ-ଇଣ୍ଟରନ୍ୟାସନାଲ ଲିମିଟେଡ ମିଳିତ ଭାବେ ୧୪୪୮ରୁ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛି ।

କେମିକାଲ ଓ ପ୍ଲାଷ୍ଟିକ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ:

ଓଡ଼ିଶାର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେମିକାଲ ଓ ପ୍ଲାଷ୍ଟିକ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ହେଉଛି । ଜୟ ଶ୍ରୀ ଟି ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ ବାଲେଶ୍ୱରରେ ଏକକ ସୁପର ଫସଫେଟ ପ୍ଲାଣ୍ଟ ସ୍ଥାପନ ପାଇଁ ୬୧ କୋଟି ଟଙ୍କା ବିନିଯୋଗ କରିବ । ଏହା ବ୍ୟତୀତ ଏଚଭିଜି ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ୫୫.୦୫ କୋଟି ଟଙ୍କାର ପ୍ଲାଷ୍ଟିକ ଓ କେମିକାଲ ୟୁନିଟ ସ୍ଥାପନ କରିବ । ଏଥିରେ ୨୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର ଶିଳ୍ପ ମୂଲ୍ୟ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ପାଇଁ କଳିଙ୍ଗ ଇନଫ୍ରା ପ୍ରୋଜେକ୍ଟସ ଲିମିଟେଡ ସମ୍ବଲପୁରରେ ୬୦ କୋଟି ଟଙ୍କାର କ୍ରାସ ବ୍ୟାରିୟର ଉତ୍ପାଦନ ୟୁନିଟ ସ୍ଥାପନ କରିବ । ୩୧୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ବୟନ ଶିଳ୍ପ ଉତ୍ପାଦନ ଓ ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣରେ ସୁଦୃଢ ହେବ ସମ୍ଭାବନା:

କେନ୍ଦୁଝରରେ ଶ୍ରୀଜଗନ୍ନାଥ ସପ୍ଲାଏ କମ୍ପାନୀ ୫୧.୪୦ କୋଟି ଟଙ୍କା ବିନିଯୋଗ କରି ଆଖୁ ଦୋରୁହ ପ୍ରସ୍ତୁତ ଉତ୍ପାଦ ଓ ଗୋଦାମ ଗୃହ ନିର୍ମାଣ ପୂର୍ବକ ୧୧୦ଟି ନିଯୁକ୍ତି ସୃଷ୍ଟି, କୃଷି ଓ ଆନୁଷଙ୍ଗିକ ଉଦ୍ୟୋଗଗୁଡ଼ିକୁ ସହାୟତା କରିବ । ଶ୍ରୀ ସିଦ୍ଧି ବିନାୟକ ଟେକ୍ସକୋର୍ସ ପ୍ରାଇଭେଟ ଲିଃ. ଖୋର୍ଦ୍ଧାରେ ସୂତା ରଙ୍ଗ ଓ ବୁଣା କପଡ଼ା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବ । ୧୦୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ୧୦୭୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବୟନ ଶିଳ୍ପ ଉତ୍ପାଦନ ଓ ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ସୁଦୃଢ଼ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+