ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ପ୍ରସଙ୍ଗ;ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ରତ୍ନ ପୂର୍ବବତ ଅଛି ନା ନାହିଁ, ସେନେଇ ସ୍ପଷ୍ଟ ତଥ୍ୟ ଲୋଡିଛନ୍ତି ମାମଲାର ଆବେଦନକାରୀ । ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ମଧ୍ୟ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ ।

ତେବେ, ରତ୍ନ ଗଣତି ମଣତି ପାଇଁ ଏସ୍ଓପି ପ୍ରସ୍ତୁତ ହୋଇସାରିଛି ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଲେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ମଣତି ହୋଇଥିଲା । କିନ୍ତୁ ସେହି ମୁତାବକ ରତ୍ନ ଏବେ ରତ୍ନ ଭଣ୍ଡାରରେ ଅଛି କି ନାହିଁ, ସେନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ଯାହା ଉପରେ ଆଗାମୀ ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବା ଲାଗି ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ ।












Click it and Unblock the Notifications