Get Updates
Get notified of breaking news, exclusive insights, and must-see stories!

ମଣିପୁରର ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ

ପୁଣି ମଣିପୁରରେ ମୁଣ୍ଡ ଟେକିଲା ହିଂସା । ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ ନେଇ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସମୟରେ ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ଶନିବାର ରାତିରୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି ।

ମୈତେଇ ସମ୍ପ୍ରଦାୟର ନେତା ଆରାମ୍ବାଇ ତେଙ୍ଗଗୋଲଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ବିଭାଗର ସଚିବ ଏନ୍ ଅଶୋକ କୁମାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ତେବେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ମଣିପୁରର ଉକ୍ତ ୫ଟି ଜିଲ୍ଲା ହେଲା ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, ବିଷ୍ଣୁପୁର ଏବଂ କକଚିଙ୍ଗ । ମୈତେଇ ନେତାଙ୍କୁ ଗିରଫ ପରେ ମଣିପୁରରେ ସ୍ଥିତି ବିଗିଡ଼ି ଯାଇଛି । ଯାହା ପରେ ଲୋକମାନେ ପ୍ରତିବାଦ କରିବାକୁ ଯାଇ ରାସ୍ତାରେ ଟାୟାର ଏବଂ ପୁରୁଣା ଫର୍ଣ୍ଣିଚର ଜାଳି ଉତ୍ତେଜନାକୁ ବଢାଇଥିଲେ । ତେଣୁ ସୁରକ୍ଷା ଦୃଷ୍ଟିରୁ କର୍ଫ୍ୟୁ ଜାରି ହେବା ସହ ଇଣ୍ଟରନେଟ ଓ ମୋବାଇଲ ଡାଟା ସେବାକୁ ୫ ଦିନିଆ ସସପେଣ୍ଡ କରାଯାଇଛି ।

Internet services suspended in 5 districts of Manipur

ଅନ୍ୟପଟେ, ଲାଗୁ ହୋଇଥିବା ନିର୍ଦ୍ଦେଶକୁ ଉଲ୍ଲଂଘନ କରିଲେ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ସ୍ପଷ୍ଟ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+