Get Updates
Get notified of breaking news, exclusive insights, and must-see stories!

ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା, ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ସ୍ଥିତି

ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା। ଗତ ସୋମବାର ସନ୍ଧ୍ୟା ୬ଟାରୁ କଟକଣା ଲାଗୁ ହୋଇଛି। ପର୍ଯ୍ୟାୟ କ୍ରମେ କଟକଣା ୬ଥର ବୃଦ୍ଧି ହୋଇଥିଲା। ଆଜି ଦିନ ୧୨ଟା ଯାଏଁ କଟକଣା ଥିଲା। ଏମ୍‌ଭି ୨୬ ଓ ରାଖେଲଗୁଡା ଗାଁ ବିବାଦକୁ ନେଇ ହିଂସା ଦେଖାଦେଇଥିଲା।

Malkangiri

ମାଲକାନଗିରି ଜିଲ୍ଲା ଏମ୍‌ଭି-୨୬ ହିଂସାକାଣ୍ଡର ୭ ଦିନ ପରେ ଗାଁ ରେ ପହଞ୍ଚିଲା ଭାରତୀୟ ରେଡ଼କ୍ରସ ସୋସାଇଟି ର ରିଲିଫ ସାମଗ୍ରୀ । ଏମଭି ୨୬ ହିଂସାକାଣ୍ଡ ଓ ଜଳାପୋଡା ଘଟଣାରେ ଆଜି ଆଉ ୯ ଜଣଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୁଲିସ୍‌ । ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଗିରଫ ହୋଇଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ପୁଲିସ୍‌ ଖୋଜୁଛି । ସେପଟେ ଏମଭି ୨୬ ଓ ରାଖାଲଗୁଡା ଗାଁ ରୁ ବିଏନ୍‌ଏସ୍‌ ର ଧାରା ୧୬୩ ଉଚ୍ଛେଦ ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ଯାଉଥିବା ବେଳେ ଥଇଥାନ କାର୍ଯ୍ୟ ଜାରି ରହିଛି ।

ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏମଭି ୨୬ ଏବଂ ରାଖାଲଗୁଡା ଗାଁ କୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଏମ୍‌ଭି-୨୬ ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ସ୍ଥିତି କୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ କରିବା ପରେ ଏମ୍‌ଭି-୨୬ ଗାଁ କୁ ଯାଇ ଘରକୁ ଘର ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝିଥିଲେ। ହିଂସାକାଣ୍ଡ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଥମ ଦିନ ଠାରୁ ଜିଲ୍ଲା ପ୍ରଶାସନ ତରଫରୁ ରିଲିଫ ସାମଗ୍ରୀ ବଣ୍ଟା ଯାଇଥିବା ବେଳେ ରନ୍ଧା ଖାଦ୍ୟ ବ୍ୟବସ୍ଥା ଚାଲିଛି। ଧୀରେ ଧୀରେ ଗାଁ ରେ ଶାନ୍ତି ଫେରୁଛି। ଏବଂ ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ନବରଙ୍ଗପୁର ସାଂସଦ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+