ସମ୍ବଲପୁରରେ ଇଣ୍ଟରନେଟ୍ ସ୍ୱାଭାବିକ, ସୂଚନା ଦେଲେ ଜିଲ୍ଲାପାଳ
ସମ୍ବଲପୁର: ସମ୍ବଲପୁରରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା । ଆଜି ସକାଳ ୬ଟାରେ କଟକଣା ଶେଷ ହେବ ସହ ମୋବାଇଲ୍ ଇଣ୍ଟରନେଟ୍ କାର୍ଯ୍ୟକ୍ଷମ ହୋଇଛି । ଏନେଇ ସୂଚନା ଦେଲେ ଜିଲ୍ଲାପାଳ । ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟନେଟ୍ ସେବା ସ୍ୱଭାବିକ ହୋଇଛି ।
ସୂଚନାଥାଉ ଯେ, ପୂର୍ବରୁ ବ୍ରଡବ୍ୟାଣ୍ତ ଓ ଲିଜଲାଇନ୍ ସେବା ସ୍ୱଭାବିକ କରାଯାଇଥିବା ବେଳେ ଗତ କାଲି ସଂଧ୍ୟା ୬ଟା ସୁଦ୍ଧା ମୋବାଇଲ୍ ଇଣ୍ଟନେଟ୍ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ହେଲେ କୌଣସି କାରଣ ପାଇଁ ଆଜି ସକାଳ ୬ଟା ଯାଏ ବଳବତ୍ତର ରଖାଯାଇଥିଲା ।

ସମ୍ବଲପୁର ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଉପରକୁ ପଥର ମାଡ଼ ଘଟଣା ପରେ ସହରର ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପରେ ଜିଲ୍ଲାରେ କର୍ଫ୍ୟୁ ଲାଗି କରାଯିବା ସହ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା । ଦୀର୍ଘ ୧୦ ଦିନ ପରେ ଆଜି ପୁଣି ସ୍ଥିତି ସ୍ୱାଭାବିକ ହୋଇଛି ।












Click it and Unblock the Notifications