Get Updates
Get notified of breaking news, exclusive insights, and must-see stories!

ମାଲକାନଗିରିରେ ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା । ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଢିଛି କଟକଣା । ଚତୁର୍ଥ ଥର ପାଇଁ କଟକଣା ବୃଦ୍ଧି କରିଛି ପ୍ରଶାସନ । ମାଲକାନଗିରି ଜିଲ୍ଲା ଏମଭି ୨୬ରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଜୋରଦାର ପ୍ରୟାସ ଚାଲିଛି । ଶାନ୍ତି ଫେରାଇ ଆଣିବାକୁ ସବୁ ଉଦ୍ୟମ ହେଉଛି । ଏମଭି 26 ଗାଁ ରେ ୨୦ କମ୍ପାନୀ ସିଆରପିଏଫ ଯବାନ ମୁତୟନ ରହିଥିବା ବେଳେ ସେଠାରେ ପହଞ୍ଚିଛନ୍ତି ରାପିଡ ଆକ୍ସନ ଫୋର୍ସ ।

Malkangiri

ଗତକାଲି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଗ୍ରାଉଣ୍ଡଜିରୋରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକ କରିଥିଲେ । ପରେ ଉଭୟ ଆଦିବାସୀ ଓ ବଙ୍ଗାଳୀ ସଂପ୍ରଦାୟର ପ୍ରତିନିଧି ମାନଙ୍କୁ ଭେଟିଥିଲେ । ସେମାନଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବା ସହ ଦାବି ପତ୍ର ଗ୍ରହଣ କରିଥିଲେ ଉପମୁଖ୍ଯମନ୍ତ୍ରୀ । ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ଉପ ମୁଖ୍ଯମନ୍ତ୍ରୀ । ଆସନ୍ତା ୧୪ରୁ ୧୮ ଯାଏଁ ହେବାକୁ ଥିବା ମାଲ୍ୟବନ୍ତ ଉତ୍ସବକୁ ବନ୍ଦ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+